ବର୍ତମାନ ହୁତୁ ହୁତୁ ହୋଇ ଜଳୁଛି ପେଟ୍ରୋଲ ପମ୍ପ୍ ।

ଭୁବନେଶ୍ବର ସ୍ଥିତ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ହୋଇଛି । ପେଟ୍ରୋଲ ପମ୍ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଇଣ୍ଡିଆନ ଅଏଲ ଏହି ପେଟ୍ରୋଲ ପମ୍ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେଉନଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟରେ ନିଆଁ ଧାସ ବହୁତ ଦୂରରୁ ଦେଖାଯାଉଛି । ନିଆଁର ଆକାରର ଅତି ଭୟଙ୍କର ଜଣାପଡୁଛି । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ପୋଲିସ ସ୍ଥାନୀୟ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରିନେଇଛି । ଅଗ୍ନିକାଣ୍ଡକୁ ଦେଖି ପେଟ୍ରୋଲ ପମ୍ପ୍ ରେ ଗାଡି ଛାଡି ଲୋକେ ଦୌଡି ପଳାଇ ଆସିବା ଏବଂ କିଛି ଗାଡି ଇତଃସ୍ତତ ଭାବେ ପଡିରହିଥିବା ଭିଜୁଆଲରୁ ଜଣାଯାଇଛି । ଗ୍ୟାସ୍ ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି

 

 

Leave a Reply

Your email address will not be published.