ପାରାଦୀପ ଦୋଛକି ଠାରୁ ଅଠର ବାଙ୍କି ରାସ୍ତା ଶୋଚନୀୟ

କୁଜଙ୍ଗ: ପାରାଦୀପ ଦୋଛକି ଠାରୁ ଅଠର ବାଙ୍କି ରାସ୍ତା ଶୋଚନୀୟ ଆଣ୍ଠୁଏ ଖାଲ । ପ୍ରତିଦିନ ଘଟେ ଦୁର୍ଘଟଣା, ସାଧାରଣ ଜୀବିକା ନିର୍ବାହ କରୁଥିବା ଲୋକଟି ପଙ୍ଗୁହୋଇ ବେସାହାରା ହୋଇ ପଡିରହିଛନ୍ତି । କିନ୍ତୁ କିଛି ମଧ୍ୟ ମୁତ୍ୟୁବରଣ କରିଛନ୍ତି । ସାରାଦେଶର ଆଖି ପାରାଦୀପ ଉପରେ ଥିବାବେଳେ ପ୍ରବେଶ ପଥରେ ପଡେନା କାହାର ନଜର । ଏଥିପାଇଁ ଆଜି ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ରଙ୍କୁ ଭେଟିଥିଲେ । ରାସ୍ତା ସୁରକ୍ଷାମଞ୍ଚ ଓଡିଶାର ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ପାଣି ,ବରିଷ୍ଠ ଆଇନଜୀବି ସୁରେଶ ଚନ୍ଦ୍ର ଦାସ ,କିଶୋର ଚନ୍ଦ୍ର ଶତପଥି , ଯୁବସଙ୍ଗଠକ ଦିବ୍ୟସ୍ମୁତି ସ୍ବାଇଁ , ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ମଧ୍ୟ ତୁରନ୍ତ ଅନୁସନ୍ଧାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀଯୁକ୍ତ ପାଣି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.