ରାଜ ରାସ୍ତା ପାଲଟିଛି ମରଣ ଯନ୍ତା 

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ରାଜ ରାସ୍ତା ପାଲଟିଛି ମରଣ ଯନ୍ତା । ବାରମ୍ବାର ଦୁର୍ଘଟଣା ଘଟିଲା ପରେ ମଧ୍ୟ ସୁଧୁରୁ ନାହାନ୍ତି ଗାଡି ଚାଲାକ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ସାପୁଆଝର ନିକଟରେ । ସୂଚନା ଅନୁସାରେ ଗଁନ୍ଦିଆରୁ ଢେଙ୍କାନାଳ ଯାଉଥିବା ଏକ ହିରୋ ସାଇନି ଗାଡି ହଠାତ ଆସୁଥିବା ଟ୍ରକ ସୂଚନା ନ ପାଇ ନିଜର ଭାରସାମ୍ୟ ହରାଇ ସାମ୍ନାରେ ରେ ଥିବା ଗଛରେ ପିଟି ହୋଇଥିଲା । ଯାହା ଦ୍ୱାରା ଗାଡିରେ ବସିଥିବା ଉଭୟ ବ୍ୟକ୍ତି ଆହତ ହୋଇଛନ୍ତି । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା ।  ତେବେ ଗାଡି ଚାଲାକଙ୍କ ଅବସ୍ଥା ଗୁରୁତର ଥିବା ହେତୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା ।  ଗୁରୁତର ଆହତ ହେଉଛନ୍ତି  ତ୍ରିନାଥ ଦେହୁରୀ  ଏବଂ ଅର୍ଜୁନ ଦେହୁରୀ  ଉଭୟେ ଢେଙ୍କାନାଳ ସଦର ବ୍ଲକ କଙ୍କଡା ହାଡ ପଞ୍ଚାୟତ ଅନ୍ତର୍ଗତ ସାରିଅ ଗ୍ରାମର ବୋଲି ଜଣାପଡିଛି ।

Leave a Reply

Your email address will not be published.