ସୁବର୍ଣ୍ଣରେଖା ନଦୀକୂଳିଆ ଲୋକେ ଭୟଭୀତ

ଜଳେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ରାଜ୍ୟର ପ୍ରମୁଖ ନଦୀରେ ଉପୁଜିଛି ବନ୍ୟା ପରିସ୍ଥିତି। ଏଥିରୁ ବାଦ ପଡ଼ିନାହିଁ ସୁବର୍ଣ୍ଣରେଖା। ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି। ରାଜଘାଟ ଠାରେ ସତର୍କ ସୂଚନା ବିପଦ ସଂକେତ ୧୦.୩୬ ମିଟର ରହିଥିବାବେଳେ ସକାଳ ୧୦ ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର ଜଳସ୍ତର ୧୦.୯୬ ଉପରେ ପ୍ରବାହିତ ହେଉଛି। ଫଳରେ ଜଳେଶ୍ୱର,ବସ୍ତା,ଭୋଗରାଇ, ବାଲିଆପାଳ ବ୍ଲକର ବିଭିନ୍ନ ପଂଚାୟତ ଏବେ ଜଳ ବନ୍ଦି ଭିତରେ ରହିଛି। ପ୍ରଖର ସ୍ରୋତ ପାଇଁ ଭୋଗରାଇ ବ୍ଲକ ଖାଳଯୋଡି ସ୍ଲୁଇସ୍ ଗେଟର ଦୁଇଟି ଲୁହା କବାଟ ଭାଙ୍ଗିଥିବାବେଳେ, ବାଲିଆପାଳ ବ୍ଲକ ବିଷ୍ଣୁପୁର ପଂଚାୟତର ରସଲପୁର ନିକଟରେ ଦୁର୍ବଳ ନଦୀବନ୍ଧର ସ୍ଥାନେସ୍ଥାନେ ଗର୍ତ ସୃଷ୍ଟି ହୋଇଛି ଏବଂ ସେହିପରି ନୟାବାଲି ଗ୍ରାମର ଚାରୁ ଦଳାଇ, ପୂଣ୍ଣଚଦ୍ର ଦଳାଇ, ପଞ୍ଚାନନ ପାତ୍ର , ମାକଣ୍ଡ ମଙ୍ଗରାଜ , ମଙ୍ଗଳି ଦଳାଇ , ଦୟାନିଧି ଦଳାଇ , ଗଙ୍ଗାଧର ମଙ୍ଗରାଜ , କରୁଣାକର ମଣ୍ଡଳ, ଭଗବାନ ମଣ୍ଡଳ , କାତ୍ତିକ ପଣ୍ଡା ଏହି ବ୍ୟକ୍ତି ମାନଙ୍କର ବନ୍ୟାରେ ଘର ସଂପୂଣ୍ଣ ପାଣି ଘେର ଭିତରେ ରହିଛି ଏମାନକୁ ସ୍ଥାନୀୟ ସରପଞ୍ଚ ଆଣି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳିରେ ରଖିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଯୁଦ୍ଧ କାଳୀନ ଭିତିରେ ବାଲିବସ୍ତା ପକାଇ ମରାମତି କରାଯାଉଛି।ତେବେ ବନ୍ୟାପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନ ସହିତ ସ୍ଥାନୀୟ ପ୍ରଶାସନ ତତ୍ପର ଥିବା କହିଛନ୍ତି ବାଲିଆପାଳ ତହସିଲ ଦାର।

Leave a Reply

Your email address will not be published.