ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳିପୂଜା ପାଇଁ ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର

ଆଗାମୀ ତିନି ମାସ ମଧ୍ୟରେ ଏହାକୁ ଥିବା ବିଭିନ୍ନ ପୂଜାଗୁଡ଼ିକ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଗାଇଡଲାଇନକୁ ପାଳନ କରାଯାଇ ଏଥର ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳିପୂଜା ପାଳନ କରାଯିବ।

କୋଭିଡ୍ ଗାଇଡଲାଇନ୍ ଅନୁସାରେ ମନ୍ଦିର ଓ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାବେଳେ ଏହି ଗାଇଡଲାଇନକୁ ପାଳନ କରି କେବଳ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳିପୂଜା ହୋଇପାରିବ ବୋଲି ସରକାର କହିଛନ୍ତି। ଜାଣନ୍ତୁ, ପୂଜା ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍

  • ପୂଜା ମଣ୍ଡପରେ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳିପୂଜା କରିବାକୁ ହେଲେ ସ୍ଥାନୀୟ ପ୍ରଶାସନ କିମ୍ବା ପୌର ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡ଼ିବ
  • ପୂଜା ମଣ୍ଡପରେ ଦେବୀଙ୍କ ଦର୍ଶନ କରିପାରିବେନି ଭକ୍ତ
  • ଏଥରର ପୂଜାରେ ପ୍ରତିମାଗୁଡ଼ିକ ଉଚ୍ଚତା ୪ ଫୁଟର କମ୍ ରଖିବାକୁ ନିର୍ଦ୍ଦେଶ
  • ପୂଜା ମଣ୍ଡପରେ ଆୟୋଜକ, କର୍ତ୍ତା ଓ ପୂଜାରୀଙ୍କୁ ମିଶାଇ ଅତିବେଶିରେ ମୋଟ ୭ ଜଣ ଲୋକ ରହିପାରିବେ
  • ପୂଜା ସମୟରେ ଆୟୋଜକମାନେ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ବାଧ୍ୟ
  • ମୁହଁରେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ
  • ପୂର୍ବଭଳି ଆଡମ୍ବର ସହକାରେ ଏଥର ଭସାଣୀ ହେବ ନାହିଁ। ସାଧାରଣ ଭାବେ ଭସାଣ ଉତ୍ସବ ଆୟୋଜନ ହେବ
  • ପୂଜାରେ କୌଣସି ପ୍ରକାର ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇପାରିବ ନାହିଁ
  • ଜିଲ୍ଲା ପ୍ରଶାସନ, ମ୍ୟୁନିସିପାଲ କମିସନର, ପୋଲିସ କମିସନର ଏନେଇ ସ୍ୱତନ୍ତ୍ର ଧ୍ୟାନ ରଖିବେ
  • କୌଣସି ବ୍ୟକ୍ତି ନିୟମ ଭାଙ୍ଗିଲେ ତାଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ

Leave a Reply

Your email address will not be published.