ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ

ଢେଙ୍କାନାଳ, (ସୌମ୍ୟରଂଜନ ମହାନ୍ତି): ଅଜଣା ଗାଡି ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତର ଅରାଚୁଆ ରାସ୍ତାରେ । ସୂଚନା ଅନୁଯାୟୀ ଧାନେଇନାଳୀ ଗ୍ରାମରୁ ବାସନ୍ତୀ ଦାସ ବିଲବାଡ଼ି କାମ କରିବାକୁ ମଠତେନ୍ତୁଳିଆକୁ ଆସୁଥିବା ବାଟରେ ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ପୂର୍ବରୁ ମହିଳାଙ୍କୁ ୧୦୮ ଯୋଗେ ମେଡ଼ିକାଲକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦିନକୁ ଦିନ ମାକେଡ଼ା ପଥର ଗାଡିଚାଳକଙ୍କର ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥାଏ ବୋଲି ଜଣ ମାନସରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published.