ଅନ୍ଧ‌ାରୁଆରେ ଆଦର୍ଶ ବିଦ୍ୟାଳୟ ଜମି ଅଧିଗ୍ରଣକୁ ବିଧାୟକ ଓ ଗ୍ରାମବାସିଙ୍କ ବି‌ରୋଦ୍ଧ, ହଟିଲା ପ୍ରଶାସନ

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆ ଗ୍ରାମ ଠାରେ ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ଆଦର୍ଶ ମଡେଲ ବିଦ୍ୟାଳୟ ଲାଗି ଜମି ଅଧିଗ୍ରଣ କରିବାକୁ ଆସିଥିବା ପ୍ରଶାସନ ଆଜି ଗ୍ରମାବାସିଙ୍କ  ବିରୋଦ୍ଧ ଫଳରେ ଫେରିଯାଇଛି।

ଅନ୍ଧାରୁଆ ମୌଜାର ଥିବା ଏକ  ୨୫ ଏକର ପରିମିତ ଗୋଚର ଜମିରେ ବିଦ୍ୟାଳୟଟି ନିର୍ମଣ ଲାଗି । ଭୁବନେଶ୍ବର ତହସିଲଦାର,ଶିକ୍ଷା ବିଭାଗ ଅଧିକାରୀ,କନିଷ୍ଠ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ ଓ ଚନ୍ଦକା ଥାନା ଅଧିକାରୀ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଜେସିବି ମେସିନ ସହ ଆସି ପହଁଚିଥିଲେ। ଗ୍ରାମବାସିମାନଙ୍କ ସହ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସ୍ଥଳକୁ ଆସି  ବିରୋଧ କରିବା ସହ  ଶାନ୍ତିପୂର୍ଣ୍ର ଧାରଣା ଦେଇଥିଲେ। ଫଳରେ ବାଧ୍ୟ ହୋଇ ପ୍ରଶାସନ ଜାଗା ଛାଡି  ଫେରିଯିବାକୁ ବାଧ୍ୟ ହୋଇଥିଲା। ବିଧାୟକଙ୍କ ସହ ଧାରଣାରେବସିଥିଲେ ହେମନ୍ତ ପ୍ରହରାଜ,କବିରାଜ ସାହୁ,ମାନସ ପାତାଳସିଂ,ଅଭିନ କୁମାର ମାନସିଂ,ଗଗନ ବିହାରୀ ଜେନାମଣି ପ୍ରମୂଖ ଗ୍ରମାବାସି ସାମିଲଥିଲେ।

ବିଧାୟକ ଓ ଗ୍ରମାବାସି ମାନଙ୍କର ଅଭିଯୋଗ ମୁତାବକ ପୂର୍ବରୁ ଗ୍ରମାବାସିମାନେ ଏଜାଗାରେ ବିଦ୍ୟାଳୟ ନିର୍ମାଣକୁ ବାତିଲ କରିବାକୁ ଗ୍ରମାବାସିମାନେ ଲିଖିତ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ସରକାର ଅନ୍ଧାରୁଆରେ ବାୟୋଟେକନୋଲଜି ପାର୍କ ପାଇଁ ଜଗା ନେଇ ପକେଇ ରଖିଛନ୍ତି। ଇଏସ୍ଆଇ ଡାକ୍ତରଖାନା ପ୍ରତିଷ୍ଠା ଲାଗି ଜମି ଅଧିଗ୍ରଣ କରି ପକାଇ ରଖିଛନ୍ତି। ଏସବୁ ଜାଗାରେ କିଛି ନ କରି ପକାଇ ରଖିଥିବା ବେଳେ ପୁଣି ଏଠାକୁ ଜମି ଅଧିଗ୍ରହଣ ଲାଗି ଆସିଛନ୍ତି। ଗ୍ରମାରେ ଗୋଚର ଜମି ନାହିଁ, ଡାକ୍ତରଖାନା ନାହିଁ, ଖେଳପଡିଆ ନାହିଁ, ଅନ୍ୟାନ୍ୟ ସୁବିଧା ନାହିଁ ଯେହେତୁ ଆମକୁ ଏଜାଗାଟିରୁ ବଞ୍ଚିତ କରାନଯାଉ ବୋଲି ଗ୍ରମାବାସିମାନେ ଦାବି କରିଥିଲେ। ସବୁଠାର ବଡ ଅଭିଯୋଗ ହେଲା ବିନା ଗ୍ରମା ସଭାରେ ଗ୍ରମାବାସିଙ୍କ ଅବଗତ ନକରାଇ କିଭଳି ସରକାର ଜମିଟିରେ ନିର୍ମଣ କାର୍ଯ୍ୟ କରିବାକୁ ସ୍ଥିରକରିଛନ୍ତି

Leave a Reply

Your email address will not be published.