ଆଜି‌ ପ୍ରକାଶ ପାଇବ‌ +୨ ରେଜଲ୍ଟ

ଭୂବନେଶ୍ବର: ଆଜି ପ୍ରକାଶ ପାଇବ +୨ ରେଜଲ୍ଟ । ଚଳିତବର୍ଷ କରୋନା ଯୋଗୁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର । ତେଣୁ ବିକଳ୍ପ ମୂଲ୍ୟାୟନ ଆଧାରରେ ନମ୍ବର ଦିଆଯାଇଥିଲା । ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ରେଜଲ୍ଟ ପ୍ରକାଶ ପାଇବ । ଖୁବଶୀଘ୍ର କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳ ଘୋଷଣା ହେବ । ରେଜଲ୍ଟ ଅପେକ୍ଷାରେ ଅଛନ୍ତି ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ।

ସନ୍ଧ୍ୟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଏଥିପାଇଁ ଛାତ୍ରଛାତ୍ରୀ https://orissaresults.nic.inରୁ ନିଜ ଫଳାଫଳ ଦେଖିପାରିବେ । ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ କଳା ଓ ଧନ୍ଦାମୂଳକ ଫଳ ଘୋଷଣାରେ ବିଳମ୍ବ ହୋଇଥିବା କୁହାଯାଇଛି ।

Leave a Reply

Your email address will not be published.