ଯୁକ୍ତ ତିନି ନାମଲେଖା ଅବଧି ବଢିଲା,  ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷର ଯୁକ୍ତ ତିନି ନାମଲେଖା ଅବଧି ବଢାଯାଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି। ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ପ୍ରଥମ ଚୟନ ମେରିଟ୍ ତାଲିକାର ମନୋନୀତ ଛାତ୍ରମାନଙ୍କ ତଥ୍ୟ ଅନଲାଇନ୍ ଅପଡେଟର ତାରିଖ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୬ ତାରିଖକୁ ବୃଦ୍ଧି କରାଯାଇଛି | ପ୍ରଥମ ଚୟନରେ ଆଡମିଶନ ନେଇଥିବା ଛାତ୍ରଙ୍କ ଇ-ସ୍ପେସର ଅନ୍ତିମ ଆଡମିସନ୍ ଡାଟା ଅପଡେଟ୍ ଓ ମେରିଟ୍ ତାଲିକା ଅକ୍ଟୋବର ୬ ତାରିଖରେ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ତାଲିକା ଅକ୍ଟୋବର ୧୩ ତାରିଖରେ ପ୍ରକାଶ ପାଇବ। ଅକ୍ଟୋବର ୧୩ରୁ ୧୬ ତାରିଖ ଯାଏଁ ଛାତ୍ରମାନଙ୍କ ଦ୍ୱାରା ଆଡମିଶନ ଫି ଅନଲାଇନ୍ ଜମା କରାଯାଇପାରିବ। ଏହି ସମୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ତାଲିକାରେ ଆଡମିଶନ ନେଇଥିବା ଛାତ୍ରଙ୍କ ଅନଲାଇନ୍ ଆଡମିସନ୍ ଡାଟା ଅପଡେଟ୍ କରାଯିବ। ଇ-ସ୍ପେସର ଅନ୍ତିମ ଆଡମିସନ୍ ଡାଟା ଅପଡେଟ୍ ଓ ମେରିଟ୍ ତାଲିକା ଅକ୍ଟୋବର ୧୯ ତାରିଖରେ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published.