ଦୀର୍ଘ ଦିନ ପରେ ପୁରୀବାସୀଙ୍କ ନିମନ୍ତେ ଖୋଲିଲା କାଳିଆର ବଡ ମନ୍ଦିର

ଭୂବନେଶ୍ବର: ଦୀର୍ଘ ଅପେକ୍ଷାର ପରିଶେଷରେ ଅନ୍ତ ହୋଇଛି । ଆଜିଠୁ ଭକ୍ତଙ୍କ ପାଇଁ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବାକୁ ସ୍ଥିର ହୋଇଛି । ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରଜିଉ । ଯାହା ପାଇ ବ୍ୟାପକ ବ୍ୟବସ୍ଥା ମଧ୍ୟ ସରିଛି । ଏହାସହିତ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପୁରୀ ସହରର ବାସିନ୍ଦାମାନେ ଆଜିଠାରୁ ଶ୍ରୀଜୀଉଙ୍କ ଦର୍ଶନ ଲାଭ ପାଇବେ ।

ଅନ୍ୟପଟେ ଶ୍ରୀମନ୍ଦିର ଖୋଲୁଥିଲେ ମଧ୍ୟ ଶନିବାର ଏବଂ ରବିବାର ସପ୍ତାହନ୍ତ ସଟଡାଉନ୍ ସମୟରେ ସାଧାରଣ ଲୋକମାନଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ସାଧାରଣ ଦର୍ଶନ ସମୟରେ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ଆଠ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏସ୍‌ପି ଡ. କାନୱାର୍ ବିଶାଲ୍ ସିଂ କହିଛନ୍ତିଯେ, ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛିଯେ, କୋଭିଡ ପ୍ରୋଟୋକଲ ଗୁଡିକ କୌଣସିମତେ ଉଲ୍ଲଂଘନ ନହେବ ।ଏହାସହିତ ଶୃଙ୍ଖଳାର ସହିତ ଦର୍ଶନ ପାଇଁ ପୁରି ବାସିନ୍ଦା ମାନଙ୍କୁ ଟୋକନ୍ ବଣ୍ଟନ କରିଛୁ । ହ୍ୟାଣ୍ଡ ସାନିଟାଇଜର, ପରିଚୟ ଯାଞ୍ଚ ପାଇଁ ସୁବିଧା ଏବଂ ଭକ୍ତଙ୍କ ପାଇଁ ପ୍ରବେଶ ପ୍ରମାଣ ସହିତ ଆଠଟି କିଓସ୍କ ସ୍ଥାପନ କରାଯାଇଛି । ବୃଦ୍ଧ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ପୃଥକ ଧାଡିରେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ୍ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

କରୋନାର ଦ୍ୱିତୀୟ ଲହର ସମୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରି ଦିଆଯାଇଥିଲା ଏବଂ ସାଧାରଣ ଜନତାଙ୍କ ପ୍ରବେଶକୁ ବାରଣ କରାଯାଇଥିଲା । ପୁରୀ ପୌରପାଳିକା ଅଞ୍ଚଳର ବାସିନ୍ଦା ମାନଙ୍କୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଦର୍ଶନ ସୂଯୋଗ ମିଳୁଥିବା ବେଳେ ଅଗଷ୍ଟ ୨୩ରୁ ସମସ୍ତ ଭକ୍ତଙ୍କୁ ଚୁତୁର୍ଦ୍ଧା ମୁରତି ଦର୍ଶନ ଦେବେ ।

Leave a Reply

Your email address will not be published.