ଓମିକ୍ରନ ପାଇଁ ନୂଆ ଗାଇଡଲାଇନ, ୯ଟାରୁ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ଓମିକ୍ରନ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ତେବେ ସଂକ୍ରମଣ ବୃଦ୍ଧି ହେଉଥିବାରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏଣିକି ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ କର୍ଫ୍ୟୁ ଲାଗୁ କରାଯାଇଛି । ଏହାବ୍ୟତୀତ ନାଇଟ୍ କର୍ଫ୍ୟୁବେଳେ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ରହିଛି । ଜାନୁଆରୀ ୮ ତାରିଖ ଯାଏଁ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । ଦଶମ, ଦ୍ୱାଦଶ ଅଫଲାଇନ ପାଠପଢ଼ା ବନ୍ଦ ରହିବ । ଅନଲାଇନ କ୍ଲାସ ହେବ । ମଲ୍, ମାର୍କେଟ, ସପିଂ ମଲ୍ ରାତି ୯ଯାଏଁ ଖୋଲା ରହିବ । ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ସର୍ବାଧିକ ରାଜନୈତିକ, ଖେଳ, ଶୈକ୍ଷିକ କାର୍ଯ୍ୟକ୍ରମ ହେବ । ବିବାହ ଓ ବ୍ରତ ଘରରେ ସର୍ବାଧିକ ୧୦୦ ଲୋକ ଯୋଗଦେବେ । ଏହାସହ ବରଯାତ୍ରୀ ୩୦ରୁ ଅଧିକ ଯାଇ ପାରିବେ ନାହିଁ । ଅନ୍ତେ୍ୟଷ୍ଟି କ୍ରିୟାରେ ସର୍ବାଧ୍ଚଳ ୫୦ଜଣ ଲୋକଙ୍କୁ ଅନୁମତି । ୫୦ % କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ । କ୍ଷମତାର ୫୦%ରେ ଖୋଲିବ ହୋଟେଲ ଓ ସିନେମା ହଲ୍ । ରାଜ୍ୟରେ ହାଟ, ଦୋକାନ ବଜାରରେ ଥିବା ଦୋକାନ ବଜାର ମାଲିକମାନଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published.