ଭୁବନେଶ୍ୱର ଯାଉଥିବା ପିଜି ଛାତ୍ରୀଙ୍କୁ ଅଟୋ ଚାଳକଙ୍କ ଦୁଷ୍କର୍ମ ଉଦ୍ୟମ

କଟକ: ପିଜି ପରୀକ୍ଷା ଦେବା ଲାଗି କଟକରୁ ଭୁବନେଶ୍ୱର ଯାଉଥିବା ଜଣେ ପିଜି ଛାତ୍ରୀଙ୍କୁ ଅଟୋଚାଳକ ଦୁଷ୍କର୍ମ ଉଦ୍ୟମ କରିଛି କଟକ ଜିଲ୍ଲା ମୁଣ୍ଡଳୀ ନିକଟ ଲଟାବାସେଳୀ ଜଙ୍ଗଲରେ । ଛାତ୍ରୀଙ୍କ ଚିତ୍କାର ଶୁଣି ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକ ତୁଷାରକାନ୍ତ ବେହେରା ଓ ସାଥୀ ଯୁବତୀଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଅଟୋ ଚାଳକଙ୍କୁ ବାରଙ୍ଗ ଥାନା ପୁଲିସ ନିକଟରେ ଜିମା ଦେଇଛନ୍ତି। ଅଭିଯୁକ୍ତ କଟକ ଜିଲ୍ଲା ବାଙ୍କୀ କଳାପଥର ବଡ଼ସାହିର ଦିଲୀପ ମହାପାତ୍ର ବୋଲି ଜଣାପଡ଼ିଛି।

Leave a Reply

Your email address will not be published.