ଅଲ ଇଣ୍ଡିଆ ମେଡିଆ ଆସୋସିଏସନରେ ସ୍ଥାନ ପାଇଲେ ବାଲେଶ୍ବର ଜିଲ୍ଲା ସାମ୍ବାଦିକ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ଗଣତନ୍ତ୍ରର ୪ର୍ଥ ସ୍ତମ୍ଭରେ ସ୍ଥାନ ଅଧିକାର କରିଛି ଗଣମାଧ୍ୟମ । ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧିମାନେ ସର୍ବଦା ସତ୍ୟ ଓ ନିରପେକ୍ଷ ଖବର ପ୍ରସାରଣ କରିଥାଆନ୍ତି । ସେ ପ୍ରିଣ୍ଟ୍ ମିଡ଼ିଆ ପ୍ରତିନିଧି ହେଉ କି ବୈଦ୍ଯୁତିକ ଗଣମାଧ୍ୟମ ପ୍ରତିନିଧି( ସାମ୍ବାଦିକ) ହୁଅନ୍ତୁ ସମସ୍ତଙ୍କ ସାମ୍ବାଦିକ କର୍ମ ସମାନ ହୋଇଥାଏ । ସମାଜର ଲୁଚି ରହିଯାଉଥିବା ଘଟଣାବଳୀ ଗୁଡିକୁ ଖୋଜି ବାହାର କରି ଲୋକଲୋଚନକୁ ଆଣିବା ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧି ଅର୍ଥାତ ସାମ୍ବାଦିକର ଲକ୍ଷ୍ୟ । ସାମ୍ବାଦିକମାନେ ସେମାନଙ୍କ କଲମ ମୁନରେ ବହୁ ଲୋକାୟିତ ଘଟଣା ଗୁଡିକୁ ପ୍ରଚାର ପ୍ରସାର ଅର୍ଥାତ ପ୍ରଶାସନର ନଜରକୁ ଆଣିବା ଦ୍ବାରା ପ୍ରଶାସନିକ ସ୍ତରରେ ଅନେକ ଘଟଣାର ସମାଧାନ ମଧ୍ୟ ହୋଇଥାଏ ଏବଂ ନ୍ଯାୟ ପାଇବାରୁ ବଞ୍ଚିତ ହେଉଥିବା ଲୋକବି ନ୍ଯାୟ ପାଇ ଖୁସି ହୋଇଥାଏ ।

ତେଣୁ ଗଣମାଧ୍ୟମ ଉପରେ ଜନସାଧାରଣଙ୍କର ସର୍ବଦା ଭରଷା ଥାଏ । ଏଥିପାଇଁ ବେଳେବେଳେ ମଧ୍ୟ କେଉଁଠି ନା କେଉଁଠି ସମ୍ମାନିତ ମଧ୍ୟ ହୋଇଥାଏ ସାମ୍ବାଦିକ । ଲୋକଙ୍କ ପ୍ରଶଂସାରୁ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁଥିବା ଜଣେ ସାମ୍ବାଦିକ ମଧ୍ୟ ଅନାୟାସରେ ଉଚ୍ଚ ସ୍ଥାନକୁ ଉନ୍ନତି କରିପାରେ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାର ଜଣେ ସାମ୍ବାଦିକ କ୍ଷେତ୍ରରେ । ଦୀର୍ଘ ପ୍ରାୟ ୧୮ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ନରେନ୍ଦ୍ର ପ୍ରସାଦ ବେହେରା ପ୍ରଥମେ ଖଇରା ବ୍ଲକରୁ ନିଜର ସାମ୍ବାଦିକ କାର୍ଯ୍ୟ ଆରମ୍ଭ କରି ବର୍ତ୍ତମାନ ବାଲେଶ୍ବର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି ।

ସତ୍ୟ, ନିର୍ଭୀକ ଓ ନିଃସ୍ବାର୍ଥପରତା ପାଇଁ ସେ ଆଜି ବହୁ ସାମ୍ବାଦିକ ସଙ୍ଘ ସହିତ ଜଡ଼ିତ ଅଛନ୍ତି । ଲୋକଙ୍କ ଆଦର,ସ୍ନେହ ଓ ଭଲ ପାଇବାକୁ ପାଥେୟ କରି ଆଗେଇ ଚାଲିଛନ୍ତି କର୍ମ ପଥରେ । ତାଙ୍କର କାର୍ଯ୍ୟଧାରାରେ ସନ୍ତୁଷ୍ଟ ହୋଇ ଅଲ୍ ଇଣ୍ଡିଆ ମେଡିଆ ଆସୋସିଏସନ ବାଲେଶ୍ବର ଜିଲ୍ଲା ପ୍ରତିନିଧି ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଜଣେ ଆକ୍ଟିଭ ମେମ୍ବର ଭାବେ ଗ୍ରହଣ କରିଛି । ବିଭିନ୍ନ ସାମ୍ବାଦିକ ସଙ୍ଘରେ ଥିଲେ ମଧ୍ୟ ଏହି ସଙ୍ଘରେ ସଦସ୍ଯତା ଗ୍ରହଣ କରିବା ପରେ ଶ୍ରୀ ବେହେରା ନିଜକୁ ଧନ୍ୟ ମନେ କରିଛନ୍ତି ।

ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟରେ ଆହୁରି ଅନେକ ପଦପଦବୀ ହାସଲ କରିବା ପାଇଁ ଲକ୍ଷ୍ୟ ମଧ୍ୟ ରଖିଛନ୍ତି । କେବଳ ସାମ୍ବାଦିକ ନୁହେଁ ଜଣେ ସୁ ସାହିତ୍ୟିକ, ସାହିତ୍ୟ ଅନୁଷ୍ଠାନର ସମ୍ପାଦକ, ସମାଜସେବା ଭଳି ବହୁ ଦକ୍ଷତା ପୂର୍ଣ୍ଣ କାର୍ଯ୍ୟରେ ମଧ୍ୟ ସୁଦକ୍ଷ ଅଟନ୍ତି । ଶେଷରେ ସମସ୍ତ ଦକ୍ଷତା ବିଷୟରେ ଅବଗତ ହେବା ପରେ ଅଲ୍ ଇଣ୍ଡିଆ ମେଡିଆ ଆସୋସିଏସନ ଆକ୍ଟିଭ ମେମ୍ବର ଭାବେ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଗ୍ରହଣ କରିଥିବାରୁ ଜିଲ୍ଲାରେ ଚାଞ୍ଚଲ୍ଯ ସୃଷ୍ଟି ହୋଇଛି ।

 

 

Leave a Reply

Your email address will not be published.