ହିତାଧିକାରୀଙ୍କୁ ମିଳିଲା ମାଗଣା ଉଜ୍ବଳା ଯୋଜନା ଗ୍ଯାସ

ବାଲେଶ୍ବର,‌ (ନରେନ୍ଦ୍ର ପ୍ରସାଦ ବେହେରା): ଭାରତ ସରକାରଙ୍କ ଉଜ୍ବଳା ଗ୍ଯାସ ଯୋଜନାରେ ସାରା ଦେଶର ଅନେକ ଜନସାଧାରଣ ଉପକୃତ ହେଉଛନ୍ତି । ମୁଖ୍ୟତଃ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି କିମ୍ବା ଗ୍ଯାସ ନେବାପାଇଁ ସକ୍ଷମ ହୋଇ ପାରୁନାହାନ୍ତି, ସେମାନେ ଏହି ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି । ସେହିପରି ଏହି ଯୋଜନାରେ ଉପକୃତ ହୋଇଛନ୍ତି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ଡିମିରିଚୁଆ ଗ୍ରାମର ସରସ୍ବତୀ ମାଝୀ ଓ ଟୁନି ମାଝୀ ।

ଦୀର୍ଘଦିନର ବ୍ଯବଧାନ ପରେ କେନ୍ଦ୍ର ତରଫରୁ ଖବରପାଇ ଆଜି ହଠାତ୍ ଗ୍ରାମୀଣ ବିତରଣ କେନ୍ଦ୍ର ଖଇରାକୁ ଆସି ମାଗଣାରେ ନୂତନ ଗ୍ଯାସ କନେକ୍ସନ ନେଇଛନ୍ତି । ଏହି କନେକ୍ସନ ନେବାପାଇଁ ଶ୍ରୀମତୀ ମାଝୀଙ୍କୁ ମାତ୍ର ଦୁଇଥର କେନ୍ଦ୍ରକୁ ଆସିବାକୁ ପଡିଥିଲା । ଏଥିପାଇଁ କେନ୍ଦ୍ର କିମ୍ବା କେନ୍ଦ୍ରର କୌଣସି କର୍ମଚାରୀଙ୍କୁ ଗୋଟିଏବି ଟଙ୍କା ଦେଇ ନାହାନ୍ତି ଏବଂ ନୂତନ ଗ୍ଯାସ କନେକ୍ସନ ପାଇ ବହୁତ ଖୁସି ଅନୁଭବ କରିଛନ୍ତି ବୋଲି ଶ୍ରୀମତୀ ମାଝୀ ନିଜେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଆଜି ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ବିତରଣ ପାଇଁ ଧାର୍ଯ୍ୟ ହୋଇଥିବା କେନ୍ଦ୍ର ତରଫରୁ ସୂଚନା ମିଳିଛି । ତେବେ ବିତରଣ ବେଳେ ସରକାରଙ୍କ କରୋନା କଟକଣାକୁ ସମ୍ପୂର୍ଣ୍ଣ ପାଳନ କରିଥିଲା କେନ୍ଦ୍ର ।

Leave a Reply

Your email address will not be published.