ଚତୁର୍ଥ ନମ୍ବରରେ ସ୍ଥାନ ପାଇଲା ଭୂବନେଶ୍ବର

ଭୁବନେଶ୍ବର : ଭୁବନେଶ୍ବରବାସୀଙ୍କ ପାଇଁ ଖୁସି ଖବର ।ଚତୁର୍ଥ ନମ୍ବରରେ ସ୍ଥାନ ପାଇଲା ଭୂବନେଶ୍ବର । ସୂଚନା ଅନୁଯାୟୀ ଦେଶର ଶ୍ରେଷ୍ଠ ୧୦ଟି ବାସୋପଯୋଗୀ ରାଜଧାନୀ ତାଲିକାରେ ସ୍ଥାନ ପାଇଛି ଭୁବନେଶ୍ବର। ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଫର୍ ସାଇନ୍‌ସ ଆଣ୍ଡ ଏନଭାଇରନ୍‌ମେଣ୍ଟ (ସିଏସ୍‌ଇ) ପକ୍ଷରୁ ହୋଇଥିବା ଏହି ସର୍ଭେରେ ଭୁବନେଶ୍ବର ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଦିଲ୍ଲୀ, ମୁମ୍ବାଇ ଭଳି ସହରକୁ ପଛରେ ପକାଇ ଭୁବନେଶ୍ବର ତାଲିକାର ଉପରେ ରହିବା

ସିଏସ୍‌ଇ ପକ୍ଷରୁ ହୋଇଥିବା ଏହି ସର୍ଭେରେ ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବାବେଳେ ଚେନ୍ନାଇ ଦ୍ବିତୀୟ ଏବଂ ସିମ୍‌ଲା ତୃତୀୟ ସ୍ଥାନରେ ରହିଛି। ମୁମ୍ବାଇ ୫ମ ସ୍ଥାନରେ ଥିବାବେଳେ ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧୀନଗର ନବମ ଏବଂ ଜୟପୁର ଦଶମ ସ୍ଥାନରେ ରହିଛି।

Leave a Reply

Your email address will not be published.