ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇସମାଇଲପୁରରୁ ଜଣେ ବ୍ୟବସାୟୀଙ୍କ ଶବ ଉଦ୍ଧାର କରିଛି ପୁଲିସ।  ଶବଟି ଅଟଳ କୁଅଁର ନାମକ ବ୍ୟକ୍ତିଙ୍କର। ସେ  ମଙ୍ଗଳପୁର ବାଳିକା ବିଦ୍ୟାଳୟ ନିକଟରେ ଏକ ଭଡ଼ାଘରେ ପତ୍ନୀ ଓ ପୁତ୍ର ସହିତ  ରହି ଆସୁଥିଲେ। ‌ତେବେ ଗତକାଲି ରାତିରେ ତାଙ୍କର ହଠାତ୍ ମୃତ୍ୟୁ  ହୋଇଥିବା ପରିବାର ଲୋକଙ୍କୁ ସୂଚନା ମିଳିଥିଲା ।  ଅଟଳଙ୍କ ଶାଳୀ   ଅଟଳଙ୍କ ବଡ଼ଭାଇ ରଂଜନ କୁଅଁରଙ୍କୁ ଫୋନ୍ କରି ଭାଇର ଦେହ ଭଲ ନଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଥିଲେ। ତାଙ୍କଠାରୁ ଖବର ପାଇ ରାତାରାତି ଭାଇ ଓ ପରିବାର ଲୋକ ମଙ୍ଗଳପୁର ମେଡିକାଲରେ ପହଞ୍ଚିଯାଇଥିଲେ।  ସେଠାରେ ଅଟଳକୁ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ।  ସେଠାରେ ଅଟଳଙ୍କ ଶାଶୂ ,ଶାଳୀ ଓ ସଢ଼ୁ  ଉପସ୍ଥିତ ଥିବା ଦେଖିଥିଲେ। ଅଟଳଙ୍କ ଦେହ ରକ୍ତାକ୍ତ ହୋଇଥିବାରୁ ତାଙ୍କୁ ସୁଚିନ୍ତିତ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ।

ପରେ ଅଟଳଙ୍କୁ ହତ୍ୟା କରାଯାଇଥିବା ତାଙ୍କ  ଭାଇ ଥାନାରେ ଅଭିଯୋଗ କରିବା ପୁଲିସ ମୃତ ଦେହ ଜବତ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ  ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published.