ପ୍ରତିଶୃତି ରକ୍ଷାକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ସହାୟତା ମଞ୍ଜୁର

ଭୁବନେଶ୍ୱର: (Nagraj News) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି । କରୋନା ମହାମାରୀ ସମୟରେ ସାହସର ସହ ଦାୟିତ୍ୱ ନିର୍ବାହ କରି ସଂକ୍ରମଣରେ ପ୍ରାଣ ହରାଇଥିବା ଦୁଇ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି ।

ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ସାମ୍ବାଦିକଙ୍କ ପରିବାର ପାଇଁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ମଞ୍ଜୁର ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଟୁଇଟ୍‍ ଯୋଗେ ସୂଚନା ଦେଇଛନ୍ତି ।

କରୋନା ଯୋଦ୍ଧା ଭାବେ ମୃତ୍ୟୁବରଣ କରିଥିବା ଦୁଇ ସାମ୍ବାଦିକ ହେଲେ ଗଞ୍ଜାମ ଜିଲ୍ଲାର ‘ସମାଜ’ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଏବଂ ଗଜପତି ଜିଲ୍ଲାର ‘ନ୍ୟୁଜ୍‍ ଟୁଡେ ପ୍ରାଇଭେଟ୍‍ ଲିମିଟେଡ୍‍’ର ପ୍ରତିନିଧି କେ.ସିଏଚ୍‍. ରତ୍ନମ ।

ଏହି ଦୁଇ ଗଣମାଧ୍ୟମ ପ୍ରତିନିଧି ମହାମାରୀକୁ ଭ୍ରୁକ୍ଷେପ ନକରି କାର୍ଯ୍ୟ କରୁଥିବାବେଳେ କରୋନା ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱରର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ସମୟରେ କାର୍ଯ୍ୟ କ୍ଷେତ୍ରରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ଯୋଦ୍ଧାଙ୍କ ସହାୟତା ଲାଗି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଲାଗି ମଧ୍ୟ ୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ।

Leave a Reply

Your email address will not be published.