ଓଡ଼ିଶାରେ କୋଭିଡ ପରୀକ୍ଷା ହାର କମୁଛି

ଭୁବନେଶ୍ବର:  ଓଡ଼ିଶାରେ ୫୦ ହଜାର ଛୁଇଁବାକୁ ବସିଥିବା କୋଭିଡ ପରୀକ୍ଷା ହାର ଏବେ କମ୍ ହୋଇଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୪୫୨ ଜଣଙ୍କର ନମୂନା ପରୀକ୍ଷା କରାଯାଇଛି। ପରୀକ୍ଷା ଗୁଡି ଆଣ୍ଟିଜେନ୍ ,ଟରୁନଟ୍ ଓ ଆରଟିପିସିଆର୍  ପଦ୍ଧତିରେ କରାଯାଇଥିବା ଜଣା ପଡିଛି। ସେ ମଧ୍ୟରୁ ୩୫ ହଜାର ୬୫୭ ଆଣ୍ଟିଜେନ୍, ୫ ହଜାର ୫୬୭ ଆରଟିପିସିଆର୍ ଓ ଟରୁନଟ୍ ପଦ୍ଧତିରେ ୧୦୧ ନମୂନା ପରୀକ୍ଷା କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଦ୍ଧିକ ୪ ହଜାର ୫୨୦ ନମୂନା ପରୀକ୍ଷା କରାଯାଇଛି। ଯାହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନନ୍ତ୍ରଣାଳୟର ସୂଚନା।

ସୂଚନାଯୋଗ୍ୟ ପୂର୍ବ ଦିନ ୨୪ ଘଣଣ୍ଟାରେ ଆଣ୍ଟିଜେନ୍ ଟେଷ୍ଟ ୪୦ ହଜାର ୯୪୫,ଆରଟିପିଦିଆର ୬ ହଜାର ୬୬୪ଟି ଓ ଟରୁନଟ୍ ପଦ୍ଧତିରେ ୪୧ଟିକୁ ମିଶାଇ ସର୍ବ‌ମୋଟ ୪୭ ହଜାର ୬୩୪ଟି ନମୂନା ପରୀକ୍ଷା ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନନ୍ତ୍ରଣାଳୟର ପୂର୍ବରୁ ସୁଚନା ଦେଇଥିଲା।

Leave a Reply

Your email address will not be published.