ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖାର ନୂତନ କର୍ମକର୍ତ୍ତା ନିର୍ବଚନ

 ଭୁବନେଶ୍ବର : ଭାରତ ବିକାଶ୍ ପରିଷଦ ଚନ୍ଦ୍ରଶେଖରପୁର ଶାଖାର ମାସିକ  ସାଧାରଣ ବୈଠକ  ଅନୁଷ୍ଠିତ ହୋଇଥିଲା।ଭୁବନେଶ୍ବର ଉପକଣ୍ଠ ଡେରାସ ନିକଟସ୍ଥ ’ଆଦୃତି ଶିଶୁ ସଦନ’ ସଭାଗୃହରେ  ଅନୁଷ୍ଠିତ  ବୈଠକରେ ସଦସ୍ୟ ସଦସ୍ୟା ମାନଙ୍କ ଉପସ୍ଥିତିରେ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା।

ଏହି ଅବସରରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ  ଶାଖାର ଅଧ୍ୟକ୍ଷ ସଚ୍ଚିଦାନନ୍ଦ  ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଦୃତି ଶିଶୁ ସଦନର ପ୍ରତିଷ୍ଠାତା ପ୍ରଫେସର ଆଦିତ୍ୟ ପ୍ରସାଦ ମହାନ୍ତି,ପ୍ରାନ୍ତ ମହାସଚିବ ପ୍ରଦିପ୍ତ କୁମାର ମହାରଣା ଓ ଅର୍ ଏନ୍ ଡି ଲାବ୍ରୋଟରୀର ନିର୍ଦ୍ଦେଶକ ନମିତା ଦାଶ,ପ୍ରମୂଖ ଅଂଶଗ୍ରହଣ କରି  ଆଦୃତି ଶିଶୁ ସଦନର କାର୍ଯ୍ୟାବଳୀ ଓ ଭାରତ ବିକାଶ ପରି‌ଷଦର ସେବା ତଥା ସହଭାଗିତା ଉପରେ ଆଲୋକପାତ୍ କରିଥିଲେ। ଏହି ଅବସରରେ ଲାବ୍ରୋଟରୀର ନିର୍ଦ୍ଦେଶିକା ନମିତା ଦାଶଙ୍କ ଆର୍ଥିକ ସହାୟତାରେ ନିର୍ମିତ ନୂତନ ‌ବୈଶୟିକ ପ୍ରକୋଷ୍ଠକୁ ତାଙ୍କ କରକମଳରେ ଜଣେ ଅନ୍ତେବାସୀଙ୍କ ଦ୍ବାର ଉଦଘାଟନ କରାଯାଇଥିଲା।

ଦ୍ବିତୀୟ ପର୍ଯ୍ୟାୟରେ ବରିଷ୍ଠ ସଦସ୍ୟ ପ୍ରଫେସର ଆଦିତ୍ୟ  କୁମାର ମହାନ୍ତି ନିର୍ବାଚନ ଅଧିକାରୀ ଭାବେ  ୨୦୨୦ – ୨୦୨୧ ବର୍ଷ ପାଇଁ ନିର୍ବାଚନ ଦାୟୀତ୍ବ ତୁଲାଇଥିଲେ। ଚନ୍ଦ୍ରଶେଖରପୁର ଶାଖାର ଅଧ୍ୟକ୍ଷ ଭାବେ ସଚ୍ଚିଦାନନ୍ଦ ନାୟକ, ସଚିବ ଭାବେ ପୂର୍ଣ୍ଣଚନ୍ଦ୍ର ସାହୁ, ଅର୍ଥ ସଚିବ ଭାବେ ଗୋପାଳ ଚନ୍ଦ୍ର ଦାସଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା। ନବନିର୍ବାଚିତ ସଦସ୍ୟ ମାନଙ୍କୁ ଉପସ୍ଥିତ ସଦସ୍ୟମାନେ କରତାଳି ଦେଇ ଅଭିନନ୍ଦନ ଜଣାଇଥିଲେ। ନବ ନିର୍ବାଚିତ ଉତ୍ତର ଅଧ୍ୟକ୍ଷ ଶ୍ରୀ ନାୟକ ତାଙ୍କର ଅଗାମୀ କାର୍ଯ୍ୟକାଳ  ବ‌ର୍ଷ ପାଇଁ କାର୍ଯ୍ୟକ୍ରମ ଓ ଲକ୍ଷ୍ୟ ସଂମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।

 

 

 

Leave a Reply

Your email address will not be published.