ନକଲି ପ୍ରମାଣପତ୍ରଧାରୀଙ୍କୁ କ୍ଷମା ନାହିଁ, ଏମାନଙ୍କୁ ରୋକିବାପାଇଁ ପୋଲିସ କମିଶନରଙ୍କ ନୂଆ ଫର୍ମୁଲା

ଭୂବନେଶ୍ଵର: ନକଲି ପ୍ରମାଣପତ୍ର ଯାହା ଏବେ‌ ପୁଲିସଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଜାଲି ପ୍ରମାଣପତ୍ର ଦେଖାଇ ଅନେକ ବ୍ୟକ୍ତି ଲକଡାଉନ୍ ଓ ସପ୍ତାହନ୍ତ ସଟଡାଉନ୍ ବେଳେ ବାହାରେ ଯାତାୟତ କରୁଥିବାର ନଜର ଆସିଛି । ଏହାକୁ ରୋକିବାପାଇଁ ପୁଲିସ କମିଶନର ଏକ ନୂଆ ଫର୍ମୁଲା କାଢିଛନ୍ତି । ସବୁଠୁ ବଡ କଥା ହେଲାଯେ ଗଣମାଧ୍ୟମ ସଂସ୍ଥା ତରଫରୁ ପ୍ରଦତ ପରିଚୟ ପତ୍ର ମଧ୍ୟ ଜାଲି ବାହାରିଛି । ଏହି କାରଣରୁ ସଂସ୍ଥା ଏବଂ କର୍ମଚାରୀଙ୍କୁ ପୋଲିସ କମିଶନରଙ୍କ ତରଫରୁ ଅଫିସ ଡକାଯିବ । ତାଙ୍କ ନାମରେ ଏକ ତାଲିକା ପ୍ରସ୍ତୁତ କରାଯିବ । ଏବଂ ଏହି ଷ୍ଟାଫ୍ ତାଲିକା ଡିସିପି ଅଫିସରେ ଦାଖଲ‌ କରିବାକୁ ପଡିବ । ଅଫିସ ପ୍ରଦତ୍ତ ପରିଚୟ ପତ୍ର ସହ ଅଥରାଇଜେସନ୍ ଲେଟର ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଯାହାଦ୍ବାରା ନକଲି ପରିଚୟପତ୍ରଧାରୀଙ୍କୁ ସାବାଡ କରିହେବ ।

Leave a Reply

Your email address will not be published.