ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ନିଆଁ

ଖୋର୍ଦ୍ଧା:  ସାରା ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ଆସିଛି । ଜଙ୍ଗଲ ନିଆଁ ଲାଗିଥିବା ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ନିଆଁକୁ ପାଣି ପକାଇ ଆୟତ କରିବାକୁ ଚେଷ୍ଟା ଚଳାଇଛି।  ନିଆଁ କିପରି ଲାଗିଲା ତାହା ଜଣାପଡି ନାହିଁ । ‌ ତେବେ ସାରା ରାଜ୍ୟରେ ନିଆଁ ଲାଗିବା ଘଟଣାକୁ ନେଇ ରାଜନୈତିକ ମହଲ ସରଗରମ ହୋଇଥିବା ବେଳେ  ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣା ପୁଣି ଏକ ରାଜନୈତିକ ଚର୍ଚ୍ଚାର ଖୋରକ ଯୋଗାଇଛି।

Leave a Reply

Your email address will not be published.