ହୀରାକୁଦରେ ବନ୍ଦ ହେଲା ଆଉ ୪ଟି ଗେଟ୍

ସମ୍ବଲପୁର, (ନାଗରାଜ ନ୍ୟୁଜ): ହୀରାକୁଦର ଆଉ ୪ଟି ଗେଟକୁ ବନ୍ଦ କରି ଦିଆଯାଇଛି । ଗତକାଲି ୬ଟି ଗେଟକୁ ବନ୍ଦ ବନ୍ଦ କରିଦିଆଯାଇଥିଲା । ଏବେ ହୀରାକୁଦ ଜଳଭଣ୍ଡାରରୁ ୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ସୁଚନା ଅନୁସାରେ ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୩୩ ଫୁଟ୍ ରହିଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୫ ହଜାର ୩୧୮ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଛି । ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ହେଉଛି ୨ ଲକ୍ଷ ୨୫ ହଜାର ୩୧୮ ଘନଫୁଟ୍ ବନ୍ୟାଜଳ ।

ଲଗାଣ ବର୍ଷା ହେବା କାରଣରୁ ଗତ ୬ ଦିନ ହେବ ରାଜ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଛି ଏପରିକି ବନ୍ୟା ଆଶଙ୍କା ମଧ୍ୟ ଉପକୁଳବର୍ତ୍ତୀ ଗାଁ ମାନଙ୍କରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । କିନ୍ତୁ ବର୍ତ୍ତମାନ ଏହି ଭୟ ଧିରେ ଧିରେ କମିବାରେ ଲାଗିଛି କାରଣ ଛତିଶଗଡ଼ରେ ବର୍ଷା କମିବା ପରେ ହୀରାକୁଦ ଡ୍ୟାମକୁ ଜଳ ପ୍ରବାହ କମିଛି ଯାହା ବର୍ତ୍ତମାନ ଏକ ଆଶ୍ୱସ୍ତିକର ଖବର ପାଲଟିଛି ।

Leave a Reply

Your email address will not be published.