ଶ୍ରୀମନ୍ଦିରରୁ ହେଉଛି କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ

ପୁରୀ: ଶ୍ରୀମନ୍ଦିରରୁ ହେଉଛି କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ। ବହୁ ଅପେକ୍ଷାର ଅନ୍ତ ଘଟାଇ ବଡଦାଣ୍ଡକୁ ବାହାରି ଆସିଛନ୍ତି ବଡ ଠାକୁର । ଦଇତାପତିଙ୍କ କାନ୍ଧରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ଆଖି ଲାଖି ଯାଇଛି ପ୍ରଭୂଙ୍କ ସେ ରୂପ ଦେଖିବାପାଇଁ । ହେଲେ ବିଡମ୍ବନା ବିଷୟ କରୋନା ମହାମାରୀ ହେତୁ ଭକ୍ତ ସ୍ବଚକ୍ଷରେ ଦେଖିପାରିବେନି ନିଜ ପ୍ରଭୂଙ୍କର ଏ ଅପୂର୍ବ ଠାଣିକୁ । ମଥାରେ ପବିତ୍ର ସୁନ୍ଦର ଟାହିଆ ପିନ୍ଧୀ ଢଳିଢଳି ପହଣ୍ଡି ହୋଇ ରଥକୁ ଆସୁଛନ୍ତି । ଭକ୍ତଙ୍କ ଏତେ ଦିନର ଅପେକ୍ଷାର ଅବସାନ ଘଟାଇ ରଥକୁ ଆସୁଛନ୍ତି ପ୍ରଭୁ ଜଗନ୍ନାଥ । ପୂର୍ବରୁ ପ୍ରଥମେ ପ୍ରଭୁ ଶ୍ରୀ ସୁଦର୍ଶନ , ବଡ ଠାକୁର ବଳଦେବ ଏନଂ ମାତା ଜଗତ୍‌ଜନନୀ ଦାଡି ପହଣ୍ଡିରେ ରଥକୁ ବିଜେ କରିଛନ୍ତି । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ଚାଲୁ ରହିଥିବା ବେଳେ ପଭୁଙ୍କର ଟିକିଏ ଝଲକ ଦେଖିବା ପାଇଁ ରାଜ୍ୟ ସରକାର ଦୁରଦର୍ଶନ ସାହାଯ୍ୟରେ ରଥଯାତ୍ରାର ସିଦ୍ଧାପ୍ରସାରଣ କରୁଛନ୍ତି ।  

Leave a Reply

Your email address will not be published.