ନଡ଼ିଆକତା ବୋଝେଇ ଟ୍ରକରୁ ୭୦ ଲକ୍ଷ ଟଙ୍କାର ଗ୍ରାମ୍ଗଞ୍ଜେଇ ଜବତ, ୨ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଗୋଡ଼ିପଡ଼ା ଚେକଗେଟ୍ ନିକଟରୁ ଆଜି ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ଜଣାଯାଇଛି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଛି। ଚଢାଉ ବେଳେ ଚାଳକ ଓ ହେଲପର ଦୁଇଜଣଙ୍କୁ ଅଟକ ରଖିଛନ୍ତି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରୁ ବାଲେଶ୍ବର ଏକ ନଡ଼ିଆ କତା ବୋଝେଇ ଟ୍ରକରେ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ସୂଚନା ପାଇ ଏନସିବି ପକ୍ଷରୁ ଆଜି ଭୋର ସମୟରେ ଉକ୍ତ ଟ୍ରକକୁ ଅଟକା ଯାଇଥିଲା। ଟ୍ରକଟିରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା।ଜବତ କଞ୍ଜେଇର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published.