ବେଆଇନ କରତ କଳ ଉପରେ ଚଢ଼ାଉ ( ରିପୋଟ -ଭରତ ମହାରଣା )


କଟକ: କଟକ ସଦର ଥାନା ଅଧିନ କୋଠ ପାଟଣାରେ ଦିର୍ଘ ବର୍ଷ ଧରି ଚାଲିଥିବା ଏକ ବେଆଇନୀ କରତ କଳ ଉପରେ ବୁଧବାର ଦିନ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଫୁଲନଖରା, କଟକ, ମଞ୍ଚେସ୍ଵର, ଭୁବନେଶ୍ବର ରେଞ୍ଜ ଓ କଟକ ସଦର ପୋଲିସ ମିଳିତ ଭାବେ ଚଢାଉ କରି ଆନୁମାନିକ ସାତ ଲକ୍ଷ ଟଙ୍କାର ମୂଲ୍ୟବାନ ସାଗୁଆନ, ଶିରିଷ, ଆମ୍ବ, ଚାକୁଣ୍ଡା କାଠ ଆଦି ଜବତ କରିବା ସହ ସମସ୍ତ ଯନ୍ତ୍ରାସ କୁ ଖୋଲି ନିଆଯାଇଛି । ଦିର୍ଘ ବର୍ଷ ଧରି ଏଠାରେ ଚୋରା କରତ କଳ ଚାଲୁଥିବା ବିଭାଗ ନିକଟରେ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ଭିତ୍ତିକରି ଚଢାଉ ହୋଇଥିବା ସୂଚନା ଦେଇଛନ୍ତି ବିଭାଗିୟ ଅଧିକାରୀ । ଗତ ଏକ ବର୍ଷ ଭିତରେ ଫୁଲନଖରା ରେଞ୍ଜ ଅଧିନରେ ଏଗାର ଟି ଚୋରା କରତ କଳ ଉପରେ ଚଢାଉ କରାଯାଇଥିବା କହିଛନ୍ତି ଫୁଲନଖରା ରେଞ୍ଜ ଅଧିକାରୀ । ଭରତ ଚନ୍ଦ୍ର ଘଡେଇ,

Leave a Reply

Your email address will not be published.