ଜଙ୍ଗଲରେ ପଡିଛି ଅଚିହ୍ନା ମୃତଦେହ

ବାଲେଶ୍ବର,୧୯/୧୨–ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ସିମୁଳିଆ ଥାନା କାଂଶବାଂଶ ନଦୀ କୂଳରେ ପଡିରହିଛି ଅଚିହ୍ନା ମୃତଦେହ । ଆଜି ସକାଳେ ସ୍ଥାନୀୟ ଲୋକେ ବାରାପୁର ଗ୍ରାମ୍ଯ ଜଙ୍ଗଲରେ ଜଣେ ଲୋକ ପଡିଥିବାର ଦେଖିବାକୁ ପାଇଥିଲେ । ପଡିଥିବା ଲୋକଟିର ଆନୁମାନିକ ବସୟ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ତାଙ୍କ ନିକଟରେ ଏକ ସାଇକେଲ ଥିବା ବେଳେ ଗାମୁଛା ,ଜୋତା ଓ ପାଣି ମଗ ପଡି ରହିଛି । ଉପରକୁ ମୁହଁ କରି ପଡିଥିଲା ବେଳେ ତାଙ୍କ ଦେହରେ କୌଣସି କ୍ଷତଚିହ୍ନ ନଥିଲା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ । ପୋଲିସ ଏପର୍ଯ୍ୟନ୍ତ ପହଞ୍ଚି ନଥିଲା ବେଳେ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ । ଏନେଇ ଡୁଙ୍ଗୁରା ସରପଞ୍ଚ କଲ୍ଯାଣୀ ମାଝୀ ସିମୁଳିଆ ଥାନାକୁ ଖବର ଦେଇଛନ୍ତି । ଅତ୍ଯଧିକ ବିଷାକ୍ତ ମଦ୍ଯପାନ ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply

Your email address will not be published.