୨୪ ବେଳକୁ ସାମୁଦ୍ରିକ ଝଡ଼ର ରୂପ ନେବ ୟସ୍

ଭୂବନେଶ୍ବର: କରୋନା ଆତଙ୍କରେ ପୂରା ରାଜ୍ୟ ବାସୀ ଆତଙ୍କିତ ଥିବାବେଳେ ରାଜ୍ୟସରକାରଙ୍କ ପାଇ ଡବଲ ଚ୍ୟାଲେଞ୍ଜ ସଦୃଶ ଆସୁଛି ଏକ ସାମୁଦ୍ରିକ ଝଡ। ଯାହାକି ବଙ୍ଗୋପସାଗରରେ ସକ୍ରିୟ ହେଉଛି । ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ସକ୍ରିୟ ରହିଛି ଏହି  ଘୂର୍ଣ୍ଣିବଳୟ।  ପୂର୍ବ କେନ୍ଦ୍ରୀୟ ଓ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି।  ୨୪ ତାରିଖ ବେଳକୁ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।  ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ୨୬ ତାରିଖ ସକାଳେ ଓଡ଼ିଶା-ବଂଗ ଉପକୁଳରେ ପହଞ୍ଚିବା ସମ୍ଭାବନ ରହିଛି । ୨୫ରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଯେଉଁ ସାମୁଦ୍ରିକ ଝଡ଼ର ନାମ ୟସ୍ ରଖାଯାଇଅଛି । ଏହା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ପ୍ରସ୍ତୁତି କରିସାରିଛନ୍ତି ।

Leave a Reply

Your email address will not be published.