ପ୍ରଶଂସନୀୟ କାର୍ଯ୍ୟ ପାଇଁ ଓ.ଏମ୍.ଏ ତରଫରୁ ସାମ୍ବାଦିକ ଓ ଗୋପାଳକ ସମ୍ବର୍ଦ୍ଧିତ

ବାରଙ୍ଗ: କାମୁକ ଅଟୋଚାଳକ କବଳରୁ ଛାତ୍ରୀଙ୍କୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛନ୍ତି ବାରଙ୍ଗ ପ୍ରେସ୍ କ୍ଲବର ୩ ଜଣ ସାମ୍ବାଦିକ ଓ ମୁଣ୍ଡଳୀର ୨ ଜଣ ଗୋପାଳକ। ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଓଡିଶା ୱେଲଫେୟାର ମିଡିଆ ଆସୋସେସନ ତରଫରୁ ବାରଙ୍ଗ ପ୍ରେସ୍ କ୍ଲବର ସାମ୍ବାଦିକ ତୁଷାରକାନ୍ତ ବେହେରା,ଲକ୍ଷ୍ମୀଧର ବେହେରା,,ର୍ନିଜାରୀଆନ ବେଗ୍ ଓ ବଡ ମୁଣ୍ଡଳୀ ଗ୍ରାମର ଗୋପାଳକ ସନ୍ତୋଷ ମହାରଣା, ମହେଶ୍ବର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଗତ ୬ ତାରିଖରେ ଦିଲ୍ଲିପ ମହାପାତ୍ର ନାମକ ଅଟୋ ଚାଳକ ପିଜି ପ୍ରବେଶିକା ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରିକୁ କଟକରୁ ଭୁବନେଶ୍ବର ନେଇ ଛାଡିବା ଆଳରେ କଟକ ଜିଲ୍ଲା ବାରଙ୍ଗ ବ୍ଲକର ମୁଣ୍ଡଳୀ ନିକଟସ୍ଥ ଲଟାବାସେଳୀ ଜଙ୍ଗଲକୁ ଭୁଲାଇ ନେଇ ଆସିଥିଲା।  ପରେ ସେଠାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଏତିକି ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କ ନଜରକୁ ଆସିବାରୁ ସେମାନେ ଗାଈ ଚରାଉଥିବା ସ୍ଥାନୀୟ ଗୋପାଳକଙ୍କ ସହାୟତାରେ ଯୁବତୀକୁ ଉଦ୍ଧାର କରି ଅଞ୍ଚଳବାସିଙ୍କ ପ୍ରସଂଶାର ପାତ୍ର ହୋଇଥିଲେ।

 

ବାରଙ୍ଗ ପ୍ରେସ କ୍ଲବ୍ ପରିସରରେ ଓଡିଶା ୱେଲଫେୟାର ମିଡିଆ ଆସୋସେସନର ତଥା ବାରଙ୍ଗ ପ୍ରେସ୍ କ୍ଲବର ସଭାପତି ଲିଙ୍ଗରାଜ ରାଉତଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ ଉପସଭାପତି ସଞ୍ଜୟ  କୁମାର ମହାନ୍ତି,ସାଧାରଣ ସମ୍ପାଦକ ଡି ନିରଞ୍ଜନ ରେଡି,କାର୍ଯ୍ୟନିର୍ବାହୀ ସମ୍ପାଦକ ଶରତ ଚନ୍ଦ୍ର ବେହେରା,ସଂଗ୍ରାମ କିଶୋର ଦାସ,ପ୍ରକାଶ ଚନ୍ଦ୍ର ସାହୁ,ନବଘନ ରାଉତ,ତ୍ରିଲୋଚନ ଦାସ,ଜଗନ୍ନାଥ ଭଞ୍ଜ,କମଳାକାନ୍ତ ନାୟକ,ଅଜୟ କୁମାର ରାଉତ, ଦୁଷ୍ମନ୍ତ ଜେନା,ଦେବେନ୍ଦ୍ର ନାଥ ସାହୁ,ପ୍ରଦିବପ କୁମାର ସ୍ବାଇଁ,କୃଷ୍ଣ ଚନ୍ଦ୍ର ସ୍ବାଇଁ,ଅବଦୁଲ ମୁନା ଖାଁ,ସନ୍ତୋଷ କୁମାର ମଲ୍ଲିକ୍,ଚିତ୍ରଶେନ ବାରିକ,ସୁକାନ୍ତ ବେହେରା,ଲୋଚନ ମୁଦୁଲି,ସୁଶାନ୍ତ ପରିଡା,ଗୌତମ ରାଉତ,ସନ୍ତୋଷ ରାଉତ,ପ୍ରଶାନ୍ତ ସାହୁ ପ୍ରମୂଖ  ସାମ୍ବାଦିକ ଉପସ୍ଥିତ ଥିଲେ।  ଓଡ଼ିଶା ମିଡିଆ ୱେଲଫେୟାର ଆସୋସେସନର ଅଧ୍ୟକ୍ଷ ସତ୍ୟ ନାରାୟଣ ପଣ୍ଡା ଏଭଳି ଜନ ହିତକର କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରି ସଂଘ ଗୌରାବାନ୍ବିତ ଓ ଆଗାମୀ ଦିନରେ ସଂଘ ଏଭଳି କାର୍ଯ୍ୟକ୍ରମ ଅବ୍ୟାହତ ରଖିବ ବୋଲି କହିଛନ୍ତି।

Leave a Reply

Your email address will not be published.