କଳିଙ୍ଗ ରକ୍ଷକ ଫାଉଣ୍ଡେସନର ବାଣ ନୁହେଁ ହସ ଫୁଟାନ୍ତୁ


ଭୁବନେଶ୍ୱର: ଭୁବନେଶ୍ୱରର “କଳିଙ୍ଗ ରକ୍ଷକ” ତରଫରୁ ପବିତ୍ର ଦୀପାବଳୀ ଅବସରରେ କଟକ ସ୍ଥିତ ଏସ୍.ସି.ବି ମେଡିକାଲର ହେମାଟୋଲୋଜି ବିଭାଗରେ ଥାଲାସେମିଆ ଶିଶୁ ମାନଙ୍କ ଗହଣରେ “ବାଣ ନୁହେଁ ହସ ଫୁଟାଇବା”କାର୍ଯ୍ୟକ୍ରମ ଆୟୋଜନ କରାଯାଇଲା। ଦେଶର ଭବିଷ୍ୟତ ଶିଶୁମାନଙ୍କର ଜୀବନର ମୂଲ୍ୟ ଅଧିକ । ଥାଲାସେମିଆ ଆକ୍ରାନ୍ତ ଶିଶୁଙ୍କର ପ୍ରତି ମୁହୂର୍ତ୍ତରେ ରକ୍ତ ଆବଶ୍ୟକ କରିଥାନ୍ତି। ସେହିଭଳି ଶିଶୁ ମାନଙ୍କୁ ଖାଦ୍ୟ ସାମଗ୍ରୀ,ନିତ୍ୟ ବ୍ୟବହାର ସାମଗ୍ରୀ ବଣ୍ଟନ କରି ସେମାନଙ୍କ ମୁହଁରେ ହସ ଫୁଟାଇଛି କଳିଙ୍ଗ ରକ୍ଷକ ଫାଉଣ୍ଡେସନ ।
“ଶିଶୁ ହସିଲେ ଦେଶ ହସିବ” , ଉକ୍ତିକୁ କଳିଙ୍ଗ ରକ୍ଷକର ସମସ୍ତ ସଦ୍ୟସ ସାର୍ଥକ କରିଛନ୍ତି।

Leave a Reply

Your email address will not be published.