ଏଏସଆଇର ସ୍ୱତନ୍ତ୍ର ଟିମର ତତ୍ୱାବଧାନରେ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ

ପୁରୀ: ଆଉ ଗୋଟିଏ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାରୁ ବାହୁଡା ଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ଗର୍ଭଗୃହର ମରାମତୀ ହେବା ନେଇ ପୂର୍ବରୁ ନିଷ୍ପତି ହୋଇଥିଲା । ଆଉ ଏବେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ଲେଜର ସ୍କାନିଂ ହେବାକୁ ଯାଉଛି । ତେବେ ଲେଜର ସ୍କାନିଂ ପରେ ଯେଉଁ ଯେଉଁ ସ୍ଥାନରେ ଫାଟର ସନ୍ଧାନ ମିଳିବ ସେହି ସ୍ଥାନ ଗୁଡିକର ମରାମତୀ କାର୍ଯ୍ୟ କରାଯିବ । ବର୍ତ୍ତମାନ ଲେଜର ସ୍କାନିଂ ଜରିଆରେ ଶ୍ରୀମନ୍ଦିରର ସ୍ଥିତି ପରଖାଯାଇ ମରାମତୀ କାର୍ଯ୍ୟ ଆରମ୍ଭ କରାଯିବ । ଏଏସଆଇର ସ୍ୱତନ୍ତ୍ର ଟିମର ତତ୍ୱାବଧାନରେ ଲେଜର ସ୍କାନିଂ କରାଯିବ ।

ଏହା ସହିତ ରତ୍ନ ସିଂହାସନର ମଧ୍ୟ ସ୍ଥିତି ପରଖାଯିବଯେ, ବର୍ତ୍ତମାନ ରତ୍ନ ସିଂହାସନ କେଉଁ ସ୍ଥିତିରେ ରହିଛି । ତେବେ ଯଥାଶୀଘ୍ର ମରାମତୀ କାର୍ଯ୍ୟ ଶେଷ କରିବାକୁ ଏବେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛନ୍ତି । ଗର୍ଭଗୃହ ଠାରୁ ନେଇ ଭୋଗ ମଣ୍ଡପ, ନାଟ ମଣ୍ଡପ, ଜଗମୋହନ ଓ ଅନ୍ୟାନ ସ୍ଥାନର ମଧ୍ୟ ମରାମତୀ କାର୍ଯ୍ୟ କରାଯିବ ।

Leave a Reply

Your email address will not be published.