କରୋନାରେ ଲାଗୁନି ବ୍ରେକ, ଆଜି ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା ମହାମାରୀରେ ବ୍ରେକ ଲାଗୁନି । ଆଜି ରାଜ୍ୟରେ ମହାମାରୀ ଲମ୍ବ ଡିଆଁ ମାରି ୧୨ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ଆଖି ପିଛୁଳାକେ ମାଡ଼ି ଚାଲିଛି।

ଗତକାଲି ରାଜ୍ୟରେ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୯ ଛୁଇଁଛି ।  ଦ୍ୱିତୀୟ ଲହର ଆସିବା ପରଠୁ ଏହା ଦୈନିକ ସର୍ବାଧିକ ମୃତ୍ୟସଂଖ୍ୟା ବୋଲି ଜଣାଯାଇଛି।  ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୭୩ ଜଣ ଅଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ କୌଣସି ଜିଲ୍ଲାରୁ ଦୈନିକ ସଂକ୍ରମଣ ୨ ହଜାର ବା ତା’ଠାରୁ ଅଧିକ ରହିଛି । ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ୧୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୯୧୬ ଜଣ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.