ଡରାଉଛି ଓମିକ୍ରନ, କଟକରେ ନାଇଜେରିଆରୁ ଫେରିଥିବା ୨ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ

କଟକ, (ନାଗରାଜ ନ୍ୟୁଜ): ଡରାଉଛି ଓମିକ୍ରନ । ଚିନ୍ତା ବଢାଇଲେ ବିଦେଶୀ ଫେରନ୍ତା । କଟକରେ ଦୁଇ ଜଣ ବିଦେଶୀ ଫେରନ୍ତା ସନ୍ଦିଗ୍ଧଙ୍କୁ ନେଇ ବଢ଼ିଲା ଚିନ୍ତା । କଟକୁ ୨ଜଣ ବିଦେଶୀ ଫେରିଥିବା ବେଳେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣଙ୍କ ସମେତ ତାଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୭ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ବିଦେଶ ଫେରନ୍ତା ନାଇଜେରିଆରୁ ଫେରିବା ପରେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଆକ୍ରାନ୍ତ ବ୍ୟକ୍ତିଙ୍କ ନମୁନା ଜିନମ ସିକୁଏନ୍ସ ପାଇଁ ପଠାଇଛି ଜିଲ୍ଲା ପ୍ରଶାସନ । ବିଦେଶୀ ଫେରନ୍ତା ପଜିଟିଭ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ଜଗତସିଂହପୁର ଆସିବା ପରେ କଟକ ଆସିଥିଲେ । ଏପର୍ୟ୍ୟନ୍ତ ବିଦେଶରୁ ଫେରିଥିବା ୧୦୦ ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ପରୀକ୍ଷା କରାଯାଇଛି । କଟକ ମେରିଆବଜାରର ଏକ ପରିବାର ରେ ୭ଜଣ ପଜିଟିଭ ଆସିଥିବା ସିଡ଼ିଏମଓ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.