ଘୋଡା ପ୍ରତିମୁର୍ତ୍ତୀ ହଟାଇବା ନିଷ୍ପତ୍ତିକୁ ନେଇ ବିରୋଧ

ଭୂବନେଶ୍ବର: ଘୋଡା ପ୍ରତିମୁର୍ତ୍ତି ହଟାଇବା ନିଷ୍ପତ୍ତିକୁ ନେଇ ଆରମ୍ଭ ହେଲାଣି ବିରୋଧ । ଖବର ଅନୁସାରେ ସ୍ମାର୍ଟସିଟି ପାଇଁ ମାଷ୍ଟରକ୍ୟାଂଟିନରେ ଥିବା ଘୋଡା ପ୍ରତିମୁର୍ତ୍ତି ହଟାଇବା ନିଷ୍ପତ୍ତିକୁ କରାଯାଇଥିଲା । ଏନେଇ ଆଜି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସେହି ଐତିହ୍ୟସ୍ଥଳକୁ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି ଏହି ପ୍ରତିମୁର୍ତ୍ତି । ଏବେ ଏହାକୁ ହଟେଇବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ ।

ଏହାସହ ପୁଜ୍ୟପୁଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ମଧ୍ୟ ମୌଳିକତାକୁ ଆଘାତ ଦେଇ ପରିବର୍ତ୍ତନକୁ ଗ୍ରହଣ କରାଯିବ ନାହିଁ ବୋଲି ଗତକାଲି ଚେତାବନୀ ଦେଇଥିଲେ । । ୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା, ନିକଟରେ ମଧ୍ୟ ଅନେକ ନର୍ତ୍ତକୀ ମୁର୍ତ୍ତି ସ୍ଥାନ ପାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ହୋଇଥିଲା ଏହାର ନିର୍ମାଣ । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ସରକାରୀ ଚିହ୍ନର ମଧ୍ୟଭାଗରେ ସ୍ଥାନ ଦିଆଯାଇଥିଲା ।

Leave a Reply

Your email address will not be published.