ଅପରାହ୍ନ ୪.୩୦ ସମୟରେ ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରେସମିଟ୍

ଭୂବନେଶ୍ବର: ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତିକୁ ନେଇ ଆଜି ଅପରାହ୍ନ ୪.୩୦ ସମୟରେ ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମୀଳନୀ ଅନୁଷ୍ଟିତ ହେଉଛି । ରାଜ୍ୟରେ କମୁଥିବା ଓ ବଢୁଥିବା ମହାମାରୀର ଦ୍ବିତୀୟ ଲହରକୁ ନେଇ ପ୍ରଦୀପ ମହାପାତ୍ର ବଡ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଏହାସହିତ ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ମଧ୍ୟରେ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପୁରା ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି ଏସିଏସ୍ । ଅନ୍ୟପଟେ କିଛି ଦିନ ମଧ୍ୟରେ କିଛି ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସେ ସବୁ ଜିଲ୍ଲା ଗୁଡିକର କ୍ୟାଟେଗୋରୀ ପରିବର୍ତ୍ତନ ନେଇ ମଧ୍ୟ ଘୋଷଣା କରିପାରନ୍ତି ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

Leave a Reply

Your email address will not be published.