କୋଭାକ୍ସିନ କୋଭିଶିଲ୍ଡ ପରେ ଏବେ ଉପଲବ୍ଧ ହେବ ଋଷିଆ ଟିକା ସ୍ପୁଟନିକ-ଭି

ଭୂବନେଶ୍ବର: ଭୂବନେଶ୍ଵରରେ ପୂର୍ବରୁ କେବଳ କରୋନା ଟିକା କୋଭାକ୍ସିନ ପରେ ସମ ହସ୍ପିଟାଲରେ କୋଭିଶିଲ୍ଡ ଟିକା ମଧ୍ୟ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହୋଇଛି । ଏବେ ଭୁବନେଶ୍ବରରେ ଆଜିଠୁ ଋଷିଆ ଟିକା ସ୍ପୁଟନିକ-ଭି ଉପଲବ୍ଧ ହେବ ବୋଲି ଜଣାପଡିଛି ।  ବର୍ତ୍ତମାନ ଏହି ଟିକା କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳର କେୟାର ହସ୍ପିଟାଲରେ ୧୧୪୫ ଟଙ୍କା ମୂଲ୍ୟରେ ଦିଆଯାଉଛି । ଉଭୟ ବୟସ ବର୍ଗର ହିତାଧିକାରୀମାନେ (୧୮-୪୪ ବର୍ଷ ଏବଂ ୪୫ ବର୍ଷରୁ ଅଧିକ) ବେସରକାରୀ ଡାକ୍ତରଖାନାରେ ଜାବ ପାଇବା ପାଇଁ କୋୱିନ ପୋର୍ଟାଲରେ ବୁକ୍ ପାଇପାରିବେ ।

ଆଗାମୀ ଦିନରେ ରାଜ୍ୟର ଅଧିକ ଡାକ୍ତରଖାନା ଋଷର ଟିକା ଦେବା ଆରମ୍ଭ କରିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ‌ ପାଇଛି । ଡକ୍ଟର ରେଡି ଲ୍ୟାବ୍‌ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ । ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି ଏବଂ ୪୫ ବର୍ଷରୁ ଅଧିକଙ୍କୁ ୨୦ଟି ଟିକା ଦିଆଯିବ। ୧୮ବର୍ଷରୁ ଅଧକ ବୟସ୍କଙ୍କ ପାଇଁ ଆଜିଠାରୁ ୪ଦିନର ସମସ୍ତ ସ୍ଲଟ ବୁକ୍ ସରିଛି।

ପ୍ରଥମ ପର୍ଯ୍ୟାୟରେ ୬୦୦ ଡୋଜ ଟିକା ଆସିଛି। ଟିକା ନେଉଥିବା ଲୋକ ଅଧଘଣ୍ଟା ଅବଜର୍ଭେସନ୍‌ରେ ରହିବେ। ଦିନ ୧୦ଟାରୁ ଅପରାହ୍ନ ୪ଟା ଭିତରେ ଟିକା ଦିଆଯିବ। ଏଥିପାଇଁ ଥିବା ସମସ୍ତ ସରକାରୀ ନିୟମ ପାଳନ କରାଯିବ ବୋଲି କେୟାର ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.