କରୋନା ଛଡାଇ ନେଲା ସମାଜସେବୀ ପ୍ରମୋଦ ପଢିଆରିଙ୍କୁ

ନାଗରାଜ ନ୍ୟୁଜ୍ : କରୋନା ମହାମାରୀ ବାରଙ୍ଗ ଅଞ୍ଚଳର ଜଣେ ଯୁବ ସମାଜ ସେବୀଙ୍କୁ ଛଡାଇ ନେଇଛି। ଭୁବନେଶ୍ବର ଉପକଣ୍ଠ  କଲ୍ୟାଣପୁର ପଞ୍ଚାୟତ ଗଣ୍ଡରପୁର ଗ୍ରମ ନିବାସି ପ୍ରମୋଦ ପଢିଆରୀଙ୍କର ୫୦ ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ   ଅବସ୍ଥାରେ ମୃତ୍ୟୁ ହୋଇଛି। ସେ ଗଣ୍ଡରପୁର ଗ୍ରମାର ପୂର୍ବତନ ସଭାପତି,ଢ୍ବାୱା ଗ୍ରମସ୍ଥିତ  ସୋମନାଥ ସେନାର ସକ୍ରୀୟ ସଦସ୍ୟ ଓ ବାରଙ୍ଗ ପ୍ରେସ କ୍ଲବର ସଦସ୍ୟ ଥିଲେ। ସେ ଜଣେ ସାମାଜସେବୀ,ପରୋପକାରୀ ଓ ସଚ୍ଚୋଟ ବ୍ୟକ୍ତି ଭାବରେ ବାରଙ୍ଗ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ଘରେ ଏକ ପୁତ୍ର,ପତ୍ନୀ ଓ ପରିବାରବର୍ଗ ଅଛନ୍ତି। ତାଙ୍କର ଅକାଳ ମୃତ୍ୟୁରେ ସମଗ୍ର ବାରଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଅମରଆତ୍ମାର ସଦଗତି କାମନା କରିବା ସହିତ ଆମ ନାଗରାଜ ନ୍ୟୁଜ୍ ପରିବାର ତରଫରୁ  ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛୁ।

Leave a Reply

Your email address will not be published.