ପରୀ ମାମଲାର ଶୁଣାଣୀ ଆସନ୍ତା କାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଭୂବନେଶ୍ବର: ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣୀ ଆସନ୍ତା କାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ନୟାଗଡ ପରୀ ହତ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ କରାଯାଇଛି । ପରନ୍ତୁ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇ ପାରିନାହାନ୍ତି ସୁପ୍ରିମକୋର୍ଟ । ଯାହାର ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସୂଚନା ଅନୁସାରେ ପରୀ ପରିବାର ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛନ୍ତି ।

ପରୀ ପରିବାର ପକ୍ଷର ଓକିଲ ତଥା ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀଙ୍କ ଯୁକ୍ତିକୁ କୋର୍ଟ ଶୁଣିଥିଲେ । କାହିଁକି ସେମାନେ ସୁପ୍ରିମକୋର୍ଟ ଆସିଛନ୍ତି ସେ ସମ୍ପର୍କରେ ମହେଶ ଜେଠମାଲାନୀ କୋର୍ଟଙ୍କୁ ଜଣାଇଥିଲେ । ଏହି ଅବସରରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ କପି ମାଗିଥିଲେ । ତେବେ ରାୟ କପି ପାଇଲା ପରେ ଆସନ୍ତାକାଲି ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଥିବା ଜଣାଯାଇଛି ।

 

 

Leave a Reply

Your email address will not be published.