ଲୋକସେବା ଭବନରେ ଜୁଲାଇ ୨୩ ତାରିଖରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ

ଭୂବନେଶ୍ବର: ଲୋକସେବା ଭବନରେ ଜୁଲାଇ ୨୩ ତାରିଖରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ । ଯେଉଁ ସମ୍ମିଳନୀରେ ରାଜ୍ୟରେ ୟୁଜି,ପିଜି ଏବଂ ବିଭିନ୍ନ ଅଡମିସନ ପ୍ରକ୍ରୀୟା କିପରି ତ୍ୱରାନିତ ହେବ ସେନେଇ ଆଲୋଚନା କରାଯିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କିପରି ଏହି ସବୁ କାର୍ଯ୍ୟ ବିନା ଦ୍ୱିଧାରେ କରାଯିବ ସେନେଇ ରାଜ୍ୟର ସମସ୍ତ ବିଶ୍ବ ବିଦ୍ୟାଳୟର କୁଳପତି, କୂଳସଚିବ ଓ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ । ଉଚ୍ଚ ଶିକ୍ଷା ଅନ୍ତ୍ରୀ ଅରୁଣ ସାହୁ ସହିତ ବୈଠକର ଅଧ୍ୟକ୍ଷତା କରିବେ।ବିଭାଗୀୟ ସଚୀବ ଓ ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।

ରାଜ୍ୟରେ କରୋନା ପ୍ରକୋପ ହେତୁ ଦଶମ ଏବଂ ଦ୍ୱାଦଶ ପରିକ୍ଷା ବାତିଲ କରାଯାଇଥିଲା । ଏବେ ୟୁଜି ଏବଂ ପିଜିର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର ଶେଷ ସେମିଷ୍ଟାର ପରିକ୍ଷା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେଉଛି । ତେବେ ଚଳିତ ବର୍ଷ ବିନା ପରିକ୍ଷାରେ ଦଶମ ପାସ କରିଥିବା ଏବଂ ଦ୍ୱାଦଶ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ମୁଲ୍ୟାଙ୍କନ ପରେ ସେମାନଙ୍କର ଅଡମିସନ ଆଦି ବିଷୟରେ ଆଲୋଚନା କରିବାକୁ ଏହି ବୈଠକ ଡକାଯାଇଛି। 

Leave a Reply

Your email address will not be published.