ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ପହିଲି ରଜ । ଓଡିଶାର ଏହି ଗଣପର୍ବ ରଜରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତିଯେ, ରଜ ଧରଣୀମାତାଙ୍କ ଉପାସନା ତଥା ନାରିତ୍ୱର ମହାନୀୟତାର ପର୍ବ । ଓଡିଆଙ୍କ ପ୍ରିୟ ପର୍ବ ରଜ ଅବସରରେ ଓଡିଶାର ଝିଅ, ମାଆମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା କଟକଣା ଭିତରେ ଘର ରହି ରଜ ପାଳନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ଏହାସହିତ ଚଳିତବର୍ଷ କରୋନା ଫିକା କରି ଦେଇଛି ରଜ ଉତ୍ସାହ । ସଜବାଜ ଓ ପ୍ରଥମ ରଜ ଫିକା ପଡିଥିବା ବେଳେ ଆଉ ଦିନ ମଧ୍ୟ ଫିକା ପଡିବ ବୋଲି ଅନୁମାନ କରାଯାଉଛି । କଟକଣା ଯୋଗୁ କେହି କୁଆଡେ ବୁଲିବାକୁ ଯିବା ବନ୍ଦ ହୋଇ ଯାଇଛି । ଘର ଭିତରେ ପିଠାପଣା ଭିତରେ ସୀମିତ ହୋଇ ଯାଇଛି ରଜ ମଉଜ ।

Leave a Reply

Your email address will not be published.