ମୁଖ୍ୟମନ୍ତ୍ରୀଙ୍କର କରୋନା ସ୍ଥିତି ସମୀକ୍ଷା, ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୂବନେଶ୍ବର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତି ସମିକ୍ଷା କରି କହିଛନ୍ତିଯେ, ଯଦିଓ ମହାମାରୀ ପରିସ୍ଥିତି ନିୟନ୍ତ୍ରଣରେ ଅଛି, ତଥାପି ଏହା ଆତ୍ମସନ୍ତୋଷର ସମୟ ନୁହେଁ । କେବଳ ସତର୍କ ରହିବା ଦ୍ୱାରା ଆମେ ସୁରକ୍ଷିତ ରହିବୁ। ତେଣୁ ଲୋକମାନେ ଭିଡରୁ ବଞ୍ଚିବା ସହିତ ଗହଳି ନକରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ତତସହିତ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି ।

କରୋନା ଦ୍ୱିତୀୟ ଲହର ସମୟରେ ଗରିବ, ବିଶେଷକରି କ୍ଷୁଦ୍ର କୃଷକ, ନିର୍ମାଣ ଶ୍ରମିକ, ଆଦିବାସୀ ପରିବାର, ଅନୁସୂଚିତ ଜାତି, ଜନଜାତି ଛାତ୍ର ଏବଂ ରାସ୍ତାଘାଟ ବିକ୍ରେତାଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତ ଘୋଷଣା କରିଛନ୍ତି । ଏବେ ସୁଦ୍ଧା ୨୦୦୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାସହିତ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ସହିତ ମାନବ ସମ୍ବଳରେ ବିନିଯୋଗ ଉପରେ ସେ ଅଲୋକପାତ କରିଛନ୍ତି ।

ଯେପରି କୌଣସି ଅସୁବିଧା ବିନା ଲୋକମାନେ ସ୍ୱାସ୍ଥ୍ୟସେବା ପାଇପାରିବେ ତାହା ଜିଲ୍ଲା ପ୍ରଶାସନର ଦାୟିତ୍ୱ ବୋଲି ସେ କହିଛନ୍ତି। ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବାରେ କୌଣସି ଅସୁବିଧା ନହେବା ପାଇଁ ପୋଲିସ୍ ଷ୍ଟେସନ୍ ଇନ୍ସପେକ୍ଟର, ବ୍ଲକ୍ ଡେଭଲପମେଣ୍ଟ ଅଫିସର, ସବ୍ ଡିଭିଜନାଲ ପୋଲିସ୍, ସବ୍ କଲେକ୍ଟର, ପୋଲିସ୍ ଅଧୀକ୍ଷକ ତଥା ଜିଲ୍ଲା କଲେକ୍ଟରଙ୍କ ସମେତ ସମସ୍ତଙ୍କ ମୂଳ ଦାୟିତ୍ୱ ଅଟେ ବୋଲି ସେ କହିଛନ୍ତି।

Leave a Reply

Your email address will not be published.