ମାର୍ଚ୍ଚ ପାଇଁ ଆସିଲା କୋଭିଡ ଗାଇଡଲାଇନ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ମାର୍ଚ୍ଚ ପାଇଁ ଆସିଲା କୋଭିଡ ଗାଇଡଲାଇନ । ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ନେଇ ରାଜ୍ୟ ସରାକର ପରାମର୍ଶ ଜାରି କରିଛନ୍ତି । ରାଜ୍ୟ ସରକାର ସର୍ବସାଧାରଣରେ ହୋଲି ଖେଳିବା ଉପରେ କଟକଣା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ୨୦୨୨ ମାର୍ଚ୍ଚ ୧ ତାରିଖ ସକାଳ ୫ଟାରୁ ୩୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କକର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି । କିନ୍ତୁ ଅନଲକ ସମୟରେ ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ କଟକଣା ସହିତ କରାଯିବ । ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ହେବ । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ ମଧ୍ୟ କୋଭିଡ କଟକଣା ଅନୁସାରେ ହେବ । ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ହେବ । ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ନିର୍ବାଚନ ରାଲି ହେବ । ସେହିଭଳି ବିବାହ, ବ୍ରତ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି ମିଳିବ । ଅନ୍ତେ୍ୟଷ୍ଟିକ୍ରିୟାରେ ୨୫୦ ଲୋକ ସାମିଲ ହୋଇପାରିବେ । ବିବାହ ଶୋଭାଯାତ୍ରାରେ ସର୍ବାଧିକ ୧୦୦ଜଣ ଯୋଗଦେଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ପ୍ରକାଶ ପାଇଛି ।

Leave a Reply

Your email address will not be published.