ଆକାଶ ପାଠକର ଆୟବର୍ହିଭୂତ ସମ୍ପତି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ

କଟକ:ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ବାବଦରେ ଭିଜିଲାନ୍ସ ଏହା ପୂର୍ବରୁ ଅନେକ ଗୁମର ଖୋଲିଥିବା ବେଳେ ଏବେ ଆକାଶ ପାଠକକୁ ନେଇ ଖୁଲାସା କରୁଛି କ୍ରାଇମବ୍ରାଞ୍ଚ…ଗତକାଲିଠାରୁ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ରିମାଣ୍ଡରେ ଆଣି ଅନେକ କିଛି ସତ ଉଗାଳିଛି…ତେବେ ଟାଟା ମୋଟର୍ସ ନାଁ ରେ ଜାଲ ନିଯୁକ୍ତି କିପରି କଣ ଚାଲିଥିଲା ସେ ନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି କସୌମେନ୍ଦ୍ର ପ୍ରିୟଦର୍ଶୀ |ଭିଜିଲାନ୍ସ ପରେ ଏବେ ଆକାଶ ପାଠକଙ୍କୁ ତୁହାକୁ ତୁହା ଜେରା ଆରମ୍ଭ କରିଛି ।କ୍ରାଇମବ୍ରାଞ୍ଚ କୋର୍ଟ ରୁ ୫ଦିନ ପାଇଁ ରିମାଣ୍ଡ ମିଳିବା ପରେ କ୍ରାଇମବ୍ରାଞ୍ଚ ର ସ୍ବତନ୍ତ୍ର ଟିମ ଆକାଶଙ୍କୁ ତାଙ୍କର ଜାଲ ନିଯୁକ୍ତି କେଳେଙ୍କାରୀ ବାବଦରେ ଅନେକ ପ୍ରଶ୍ନ ଗୁରେଇ ତୁରେଇ ପଚାରିଛି … ଯେଉଁଥିରୁ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି…କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଟାଟା ମୋଟର୍ସ ର ଡେପ୍ୟୁଟି ଜେନେରାଲ ମ୍ୟାନେଜର (ଏଥିକ୍ସ) ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ ଆଧାର ରେ କ୍ରାଇମବ୍ରାଞ୍ଚ ର ସାଇବର କ୍ରାଇମ କେସ ନମ୍ବର ୨୬ ରେ ମାମଲା ଗତ ୨୩ ସେପ୍ଟେମ୍ବର ରେ ଆକାଶଙ୍କ ବିରୁଦ୍ଧରେ ରୁଜ୍ଜୁ କରାଯାଇଥିଲା…ଆଇପିସି ର ଧାରା 419,420,467,468,469,471 ଏବଂ ଆଇ.ଟି ଆକ୍ଟ ର ଧାରା 66(C) ଏବଂ 66( D) ରେ ଏସବୁ ଦଫା ତାଙ୍କ ବିରୁଦ୍ଧରେ ଲାଗିଥିଲା …ତାଙ୍କ ନାଁ ରେ ଏଫଆଇଆର ରେ ଯେଉଁ ଅଭିଯୋଗ ଆସିଛି…ସେହି ଅଭିଯୋଗ ଅନୁସାରେ ଆକାଶ ନିଜକୁ ଟାଟା ମୋଟର୍ସ ର ଇନଚାର୍ଡ ମ୍ୟାନେଜିଂ ଡାଇରେକ୍ଟର ଭାବେ ପରିଚୟ ଦେଇ କମ୍ପାନୀ ଏବଂ ସାଧାରଣ ଲୋକଙ୍କୁ ଠକିଛନ୍ତି।କମ୍ପାନୀ ନାଁ ରେ ଜାଲ ଭିଜିଟିଂ କାର୍ଡ ସହ ପରିଚୟ ପତ୍ର ଏବଂ ଅନ୍ୟାନ ନଥିପତ୍ରକୁ ମଧ୍ୟ ଜାଲ କରି ଚାକିରି ଦେବା ନାଁ ରେ ଖୁଲମଖୁଲା ଠକିଛନ୍ତି। ଏହାର ତଦନ୍ତରୁ ଜଣାପଡିଛି ଯେ ୬ ଜଣ ବ୍ୟକ୍ତି ଯେଉଁମାନେ କ୍ରାଇମବ୍ରାଞ୍ଚ ନିକଟରେ ଜାଲ ନିଯୁକ୍ତ ବାବଦରେ ଅଭିଯୋଗ କରିଥିଲେ…ସେମାନେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ସହଯୋଗୀଙ୍କୁ ଚାକିରି ପାଇଁ ବିପୁଳ ପରିମାଣ ର ଟଙ୍କା ଦେଇଥିଲେ…ଆକାଶ ବିଧାୟକଙ୍କ ଭାବି ଜ୍ବାଇଁ ହୋଇଥିବାରୁ ବିଧାୟକ ନିଜେ ୨ ଜଣ ଏବଂ ତାଙ୍କ ସହଯୋଗୀମାନେ ଅନ୍ୟ ୪ଜଣଙ୍କଠାରୁ ଚାକିରି କରାଇଦେବା କହି ଟଙ୍କା ନେଇଥିଲେ ବୋଲି କ୍ରାଇମବ୍ରାଞ୍ଚ ରେ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି ସୌମେନ୍ଦ୍ର ପାଣିଗ୍ରାହୀ(ଏଡିଜି,କ୍ରାଇମବ୍ରାଞ୍ଚ) ।କ୍ରାଇମବ୍ରାଞ୍ଚ ରେ ଅଭିଯୋଗ କରିଥିବା ସେହି ୬ ଜଣ କେବଳ ଆକାଶଙ୍କ ନିଯୁକ୍ତି କେଳେଙ୍କାରୀ ର ଶିକାର ହୋଇଥିଲେ ତାହା ନୁହେଁ…ସେମାନଙ୍କୁ ଛାଡି ଆହୁରି ଅନେକ ଆଶାୟୀମାନେ ମଧ୍ୟ ଚାକିରି ପାଇବା ଆଶାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ସହଯୋଗୀଙ୍କ ଓ ଆକାଶଙ୍କ ଠକାମୀ ର ଶିକାର ହୋଇଛନ୍ତି….ଏପରି କି ଆକାଶ ଅନେକଙ୍କୁ ଜାଲ ନିଯୁକ୍ତି ଦେଇ ସେମାନଙ୍କୁ ଅନ ଲାଇନ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ…ଏହି ଠକେଇ ର ତଦନ୍ତ ଆରମ୍ଭ କରି କ୍ରାଇମବ୍ରାଞ୍ଚ ଆକାଶ ର ପୁନେ ଏବଂ ଭୂବନେଶ୍ବର ଅଫିସ ର ପି.ଏ ଡେଭିଡ ପିଟରଙ୍କୁ ମଧ୍ୟ ପଚରାଉଚରା କରିବା ପରେ ଏହି ଜାଲ ନିଯୁକ୍ତି ଫର୍ଦ୍ଦ ରୁ ପର୍ଦା ହଟାଇଛି କ୍ରାଇମବ୍ରାଞ୍ଚ….ତେଣୁ ଏହି ଠକେଇ ର ଶିକାର ହୋଇଥିବା ଲୋକେ କୌଣସି ପ୍ରକାର ର ମନରେ ଭୟ ନ ରଖି ସିଧାସଖଳ ଆସି କ୍ରାଇମବ୍ରାଞ୍ଚ ରେ ଅଭିଯୋଗ କରନ୍ତୁ ବୋଲି ଅପିଲ କରିଛି କ୍ରାଇମବ୍ରାଞ୍ଚ….
ବାଇଟ….ସୌମେନ୍ଦ୍ର ପାଣିଗ୍ରାହୀ(ଏଡିଜି,କ୍ରାଇମବ୍ରାଞ୍ଚ)
ଫାଭିଓ…ତେବେ ଏହି ଜାଲ ନିଯୁକ୍ତି ର ଚେର ଆଉ କେଉଁ କେଉଁ ଆଡକୁ ଲମ୍ବିଛି ସେ ନେଇ ମଧ୍ୟ ଅଧିକ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ।

Leave a Reply

Your email address will not be published.