ବିନା‌ ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କର ହେବ କରୋନା ଟେଷ୍ଟ

ଭୂବନେଶ୍ବର: ଚଳିତ ବର୍ଷ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । କୋଭିଡ‌ କଟକଣାକୁ ଦୃଷ୍ଟିରେ ରଖି କେବଳ ସୀମିତ ସେବାୟତ, ପୋଲିସ ଓ ମନ୍ଦିର ପ୍ରଶାସନ କର୍ମକର୍ତ୍ତା ସାମିଲ ହେବେ ।

ମହାପ୍ରଭୁଙ୍କର ସ୍ନାନଯାତ୍ରା ପାଇଁ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜି ପୁରୀର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ କୋଭିଡ୍ ଟେଷ୍ଟ କରାଯିବ । ଏହାସହ ସ୍ନାନଯାତ୍ରାରେ ସାମିଲ ହେବାକୁ ଥିବା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କର କରୋନା ଟେଷ୍ଟ ହେବ । 

ଦେବସ୍ନାନ ପୂର୍ଣ୍ଣିମା, ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେର ୧୫ ଦିନ ପରେ ସମସ୍ତଙ୍କର ଆରଟି-ପିସିଆର ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଛି । ଏହି କୋରନା ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । 

Leave a Reply

Your email address will not be published.