ଖୁସି ଖବର:ବିଏସଏନଏଲ ଗ୍ରାହକଙ୍କୁ ମାଗଣାରେ ମିଳିବ ୨୫ ପ୍ରତିଶତ ଡାଟା

ନୂଆଦିଲ୍ଲୀ: ବିଏସଏନଏଲର ୨୦ତମ ବାର୍ଷିକ ପ୍ରତିଷ୍ଠା ପୂର୍ତ୍ତି ଅବସରରେ ଗ୍ରାହକଙ୍କୁ  ୨୫ ପ୍ରତିଶତ ଡାଟା ମାଗଣାରେ ପ୍ରଦାନ କରିଛି। ଏହି ସୁବିଧା ଚଳିତ ଅକ୍ଟୋବର ମାସରୁ ଗ୍ରାହକଙ୍କୁ ପ୍ରଦାନ କରିବ ବୋଲି ପ୍ରକାଶ ପାଇଛି।  ବିଏସଏନଏଲ ଆରମ୍ଭ ହେବାର ୨୦ ବର୍ଷ ବିତିଗଲାଣି | ୨୦୦୦ ମସିହା ଅକ୍ଟୋବର ୧ରେ ବିଏସଏନଏଲର ଆରମ୍ଭ ହୋଇଥିଲା | ୨୦ ବର୍ଷ ପୂରଣ କରିବାର ଅବସରରେ ସରକାରୀ ଟେଲିକମ୍ କମ୍ପାନି ଗ୍ରାହକଙ୍କୁ ଏକ ବିଶେଷ ଉପହାର ଘୋଷଣା କରିଛି।

ଅକ୍ଟୋବରରେ ବିଏସଏନଏଲ ଗ୍ରାହକଙ୍କୁ ୨୫ ପ୍ରତିଶତ ଡାଟା ମାଗଣାରେ ପ୍ରଦାନ କରିବ। ଯଦି ଆପଣ ଜଣେ ବିଏସଏନଏଲ ଗ୍ରାହକ ତେବେ ଆପଣ ମଧ୍ୟ ଏହି ଅଫରର ଲାଭ ଉଠାଇ ପାରିବେ | ମାଗଣା ଡାଟା କିପରି ପାଇବେ ଆସନ୍ତୁ ଜାଣିବା |

ବିଏସ୍ଏନ୍ଏଲ୍ ଅକ୍ଟୋବର ମାସକୁ “କଷ୍ଟମର ଡିଲାଇଟ ମନ୍ଥ” ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଅଭିଜ୍ଞତା ପ୍ରଦାନ  ପାଇଁ  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ପ୍ଲାନ ପ୍ରସ୍ତୁତ କରିଛି | ଏହା ଅଧୀନରେ ବିଏସଏନଏଲ ସମଗ୍ର ଭାରତରେ ନୂତନ ଭାରତ ଫାଇବର ପ୍ଲାନ୍ ଲଞ୍ଚ କରିଛି। ଯାହା ଦ୍ବାରା ଅଧିକ ସ୍ପିଡ ଡାଟା ମିଳିବ।।

ନୂତନ ଭରତ ଫାଇବର ପ୍ଲାନରେ ଫାଇବର ବେସିକ, ଫାଇବର ଭେଲ୍ୟୁ, ଫାଇବର ପ୍ରିମିୟମ ଏବଂ ଫାଇବର ଅଲଟ୍ରା ଅନ୍ତର୍ଭୁକ୍ତ ରହିଛି।| ବିଏସଏନଏଲର ଗ୍ରାହକଙ୍କୁ ବଜାୟ ରଖିବା ଉଦ୍ଦେଶ୍ୟରେ ନୂତନ ଭାରତ ଫାଇବର ପ୍ଲାନ ଆରମ୍ଭ କରିଛି। ଏଥିସହ କମ୍ପାନି ନୂତନ ଗ୍ରାହକ ଯୋଡିବାକୁ ଚାହୁଁଛି |ଏହି ଅଫର ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ବୈଧତା ରହିଛି।

Leave a Reply

Your email address will not be published.