ପୁରୀ ସମୁଦ୍ରରେ ଭାସିଯାଇ ନାବାଳକ ନିଖୋଜ

ପୁରି: ପୁରୀସ୍ଥିତ ‌ବ୍ଲୁ ଫ୍ଲାଗ ବିଚରେ ଗାଧୋଇବା ବେଳରେ ଘଟିଛି ଅଘଟଣ। ପରିବାର ସହ ଗାଧୋଇବା ବେଳେ ଭାସିଯାଇ ନିଖୋଜ ହୋଇଛନ୍ତି ଜଷର ନାବାଳକ। ନିଖୋଜ ନାବାଳକର ନାମ ତାନିସ୍କ ବିୟନ ଓ ତାର ବୟସ ୧୬ ବର୍ଷ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ସ୍ଥିତ ଆରୋଗୋରାରୁ ନାବାଳକ ଜଣକ ପରିବାର ସହ ଆସିଥିଲେ। ତାଙ୍କ ପରିବାରର ୧୧ ଜଣିଆ ସଦସ୍ୟ ସମୁଦ୍ର କୂଳରେ ଥିବା ବିଏନ୍ଆର୍ହୋଟେଲରେ ରହୁଥିଲେ। ପରିବାର ସହ ପୂର୍ବାହ୍ନରେ ସମୁଦ୍ରରେ ଗାଧୋଇ ମ‌ୌଜ କରିବା ବେଳେ ନିଖାଜ ହୋଇଛନ୍ତି।

Leave a Reply

Your email address will not be published.