ଅଗଷ୍ଟ ପହିଲାରୁ ଖୋଲୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୂବନେଶ୍ବର: ନନ୍ଦନକାନନର ପ୍ରାଣୀ ଉଦ୍ୟାନ ଅଗଷ୍ଟ ପହିଲାରୁ ଖୋଲିବାକୁ ଯାଉଛି । କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ।କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, କୋଭିଡ୍ ନିୟମାବଳି ମାନି ନନ୍ଦନକାନନ ଖୋଲାଯିବ ଏବଂ ସବୁ ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯିବ । 

ସାମାଜିକ ଦୂରତା ବଜାୟ ରହିବା ସହିତ ଗେଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଏହାସହ ଯେଉଁମାନଙ୍କର ଥଣ୍ଡା ଓ କାଶ ହେଉଥିବ ସେମାନଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।କରୋନା ଭୁତାଣୁ ପାଇଁ ଜୀବଜନ୍ତୁ ରହୁଥିବା ସ୍ଥାନ ବା ସେମାନଙ୍କୁ ରଖାଯାଇଥିବା ଏନକ୍ଲୋଜରକୁ ପର୍ଯ୍ୟଟକଙ୍କୁ ସ୍ପର୍ଶ କରିବାକୁ ଦିଆଯିବ ନାହିଁ । ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published.