ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦ ଅଧିବେଶନ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଉଥିବାରୁ ସଂସଦର ମୌସୁମୀ ଅଧିବେଶନ ନେଇ ତାରିଖ ଧାର୍ଯ୍ୟ ହୋଇସାରିଛି । ଆସନ୍ତା ୧୯ ତାରିଖ ଠାରୁ ଆରମ୍ଭ ହୋଇ ଏହି ଅଧିବେଶନ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିପାରେ । ଲୋକସଭା ପକ୍ଷରୁ ଏକ ବୟାନରେ କୁହାଯାଇଛିଯେ, ସପ୍ତଦଶ ଲୋକସଭାର ୬ଷ୍ଠ ଅଧିବେଶନ ୨୦୨୧ ଜୁଲାଇ ୧୯(ସୋମବାର) ଠାରୁ ଆରମ୍ଭ ହେବ । ମୋଟ ୧୯ଟି କାର୍ଯ୍ୟ ଦିବସ ରହିବ । 

କମୁଥିବା ମହାମାରୀର ହ୍ରାସକୁ ନେଇ ସଂସଦର ମୌସୁମୀ ଅଧିବେଶନ ନେଇ ତାରିଖ ଘୋଷଣା ହୋଇଛି । ଦେଶବ୍ୟା ପୀ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଲୋକସଭାର ୪୪୦ରୁ ଅଧିକ ଏବଂ ରାଜ୍ୟସଭାର ୨୧୦ ଜଣ ସଦସ୍ୟ ଟିକା ନେଇସାରିଛନ୍ତି । 

ସୂଚନାଯୋଗ୍ୟ, ୨୦୨୦ ସେପଟେମ୍ବର ମାସରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା ଏବଂ କରୋନା ଭାଇରସ ମହାମାରୀ ଯୋଗୁଁ ଶୀତକାଳୀନ ଅଧିବେଶନ ହୋଇପାରି ନଥିଲା । ସୂଚନାଯୋଗ୍ୟ ସଂସଦରେ ବର୍ଷକୁ ୩ ଥର ଅଧିବେଶନ ହୋଇଥାଏ । ବଜେଟ ଅଧିବେଶନ (ଜାନୁଆରୀ/ଫେବ୍ରୁଆରୀରୁ ମେ’), ମୌସୁମୀ ଅଧିବେଶନ (ଜୁଲାଇରୁ ଅଗଷ୍ଟ/ସେପଟେମ୍ବର) ଓ ଶୀତକାଳୀନ ଅଧିବେଶନ (ନଭେମ୍ବରରୁ ଡିସେମ୍ବର) ।  

Leave a Reply

Your email address will not be published.