ଖୁବ ଶୀଘ୍ର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ଜୁନ୍ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ । ଆଜି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି। ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି ।


ସେପଟେ ସ୍କୁଲ ଖୋଲାଯିବା ଉଚିତ୍ କି ନାହିଁ ସେ ବାବଦରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀରରଞ୍ଜନ ଦାଶ। ସେ କହିଛନ୍ତି, ଏବେ ସ୍କୁଲ ଖୋଲିବା ସମ୍ପର୍କରେ କହିବା ସମ୍ଭବ ନୁହେଁ। ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ। ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶାକ୍ଷାଦାନ ଦିଆଯିବ। ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଯାଇଛି। ଆସନ୍ତା ୧୮ ତାରିଖରେ ଏନେଇ ୩୦ ଜିଲ୍ଲାର ଡିଇଓଙ୍କ ସହ ବୈଠକ ବସିବ।

Leave a Reply

Your email address will not be published.