ଏକକ ପିଜି ପ୍ରବେଶିକା ପରୀକ୍ଷା ଆଜିଠୁ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଥିବା ସ୍ନାତକୋତ୍ତର ବିଭାଗଗୁଡ଼ିକରେ ନାମ ଲେଖିବା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ହେବ । ପ୍ରତିିଦିନ ୩ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ସରିବ । ଦ୍ୱିତୀୟ ସିଟିଂ ୧୨ଟା ୩୦ରୁ ୨ଟା ଓ ତୃତୀୟ ସିଟିଂ ୩ଟାରୁ ଆରମ୍ଭ ହୋଇ ୪ଟା ୩୦ରେ ସରିବ ।ଯାହା ସେପ୍ଟେମ୍ବର ୩ ତାରିଖରେ ସରିବ ।

ଅକ୍ଟୋବର ୧୨ ତାରିଖରେ ବିଭାଗ ଅନୁଯାୟୀ ରାଜ୍ୟସ୍ତରୀୟ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇବ । ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚଏସ୍‌ ଫିଲିଂ କରିପାରିବେ । ୨୨ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍‌ ଆଲଟମେଣ୍ଟ୍‌ ପ୍ରକାଶ ପାଇବ । ୨୫ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନଲାଇନ୍‌ରେ ଫି’ ଦାଖଲ କରିବେ । ନଭେମ୍ବର ୧୨ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ ବୋଲି ସାମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।ଏଥିପାଇଁ ୬୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ସାମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.