ରାଜ୍ୟ ସରକାରଙ୍କର ବଡ ନିଷ୍ପତି, ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ବାତିଲ, ନାଇଟ କଫ୍ୟୁ

ନାଗରାଜ ନ୍ୟୁଜ୍: କରୋନା କଟକଣା ପାଇଁ ରାଜ୍ୟ ସରକାର ବଡ ନିଷ୍ପତି ନେଇଛନ୍ତି। ଚଳିତ ବର୍ଷ ଦଶମ ବୋଡ ପରୀକ୍ଷା ଓ ଯୁକ୍ତ ଦୁଇ  ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୧୯ ତାରିଖରୁ ସମସ୍ତ ସ୍କୁଲ ଓ ହ‌‌ଷ୍ଟେଲବନ୍ଦ ରହିବ,ଜୁନ୍ ପ୍ରଥମ ସପ୍ତାହରେ ପରୀକ୍ଷା ନେଇ ସମୀକ୍ଷା କରାଯିବା ପରେ ପରବର୍ତ୍ତି ନିଷ୍ପତି ଆସିବ। ବିନା ପରୀକ୍ଷାରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାସ ‌ହେବେ। ସମସ୍ତ ସରକାରୀ,ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଏହି ନିୟମ ଲୁଗୁ ରହିବ।

ଛତିଶଗଡରେ କରୋନା ମାହାମାରି କରାଳ ରୂପଧାରଣ କରିଥିବାରୁ ରାଜ୍ୟ ସରକାର ଛତିଶଗଡ ସୀମାବର୍ତ୍ତି  ୧୦ଟି ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ୫ଟା ପର୍ଯ୍ୟନ୍ତ ନାଇଟ କଫ୍ୟୁ ଜାରୀ କରିଛନ୍ତି।  ଏଥି ସହିତ କଟକ ଓ ଭୁବନେଶ୍ବର ଏବଂ  ଗ୍ରାମଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପାର୍ଯ୍ୟନ୍ତ କଫ୍ୟୁ ଜାରୀ କଲେ ସରକାର।

Leave a Reply

Your email address will not be published.